19 October 2017
5:09:22 AM
Sambad News
ଢେଙ୍କାନାଳ

ଭିଜିଲାନ୍ସ ଜାଲରେ ବ୍ଲକ୍‌ କନିଷ୍ଠଯନ୍ତ୍ରୀ

By Sambad | Date: Dec 21 2016 9:41PM
ଭିଜିଲାନ୍ସ ଜାଲରେ ବ୍ଲକ୍‌ କନିଷ୍ଠଯନ୍ତ୍ରୀ

ପର୍ଜଙ୍ଗ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ଵାଇ))ରେ ନାମ ସୁପାରିଶ କରିବାକୁ ଜଣେ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍‌ର କନିଷ୍ଠଯନ୍ତ୍ରୀ କୈଳାସ ସାହୁ। ଭିଜିଲାନ୍ସ୍‌ ଟିମ୍‌ ଲାଞ୍ଚ ଟଙ୍କା ଜବତ କରିଥିବା ବେଳେ କନିଷ୍ଠଯନ୍ତ୍ରୀଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ୍‌ ଚାଲାଣ କରାଯିବ ବୋଲି ଭିଜିଲାନ୍ସ୍‌ ଡିଏସ୍‌ପି ହିମାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। 
 
ଭିଜିଲାନ୍‌ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପର୍ଜଙ୍ଗ ବ୍ଲକ୍‌ ବସୁଲେଇ ପଞ୍ଚାୟତ ରାଣୀପୁର ଗ୍ରାମର ବାବୁଲି ମାଝୀଙ୍କ ସ୍ତ୍ରୀ ଚମ୍ପା ମାଝୀଙ୍କ ନାମ ରହିଛି। ହେଲେ ଲାଞ୍ଚ ନଦେଲେ ଏହି ଯୋଜନାରେ ଘର ପାଇବାକୁ ତାଙ୍କ ନାମ ସୁପାରିଶ କରାଯିବ ନାହିଁ ବୋଲି ତଦନ୍ତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ବାବୁଲି ମାଝୀଙ୍କୁ କହିଥିଲେ। ଏଥିଲାଗି କନିଷ୍ଠଯନ୍ତ୍ରୀ ୬ ହଜାର ଟଙ୍କା ଦାବି କରିବାରୁ ବାବୁଲି ଭିଜିଲାନ୍ସ  ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ବାବୁଲି ଆଜି ପୂର୍ବାହ୍ନ ୧୧ଟା ବେଳେ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଥିବା କନିଷ୍ଠଯନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। କନିଷ୍ଠଯନ୍ତ୍ରୀ 
 
ଶ୍ରୀ ସାହୁ ରାସାୟନିକ ରଂଗ ବୋଳାହୋଇଥିବା ୩ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍‌ ନେଲା ବେଳେ ପୂର୍ବରୁ ଛକିଥିବା ଢେଙ୍କାନାଳ ଭିଜିଲାନ୍ସ ଡିଏସ୍‌ପି ଶ୍ରୀ ମିଶ୍ର ସଦଳବଳେ ତାଙ୍କୁ କାବୁ କରି ନେଇଥିଲେ। ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହୁଙ୍କ ଭୁବନେଶ୍ୱରସ୍ଥିତ ବାସଭବନ, ଭବାନୀପାଟଣାରେ ଥିବା ତାଙ୍କ ପତ୍ନୀଙ୍କ ବାସଭବନ ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଇଥିଲା।

image