18 November 2017
12:55:19 AM
Sambad News
ଦେବଗଡ଼

ବିଦେଇ ବଡ଼କୁଦର: ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

By Sambad | Date: Dec 17 2016 9:54AM
ବିଦେଇ ବଡ଼କୁଦର: ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ



ଦେବଗଡ଼: ବାରକୋଟ ବ୍ଲକ ବମ୍ପରଡା ପଞ୍ଚାୟତର ବିଦେଇ ବଡକୁଦର ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲାପାଳଙ୍କୁ ଶୁକ୍ରବାର ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯଦି ଦାବିଗୁଡିକୁ ପୂରଣ କରାନଯାଏ ତେବେ ସେମାନେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ଗ୍ରାମର ଅଧିକାଂଶ ଅଧିବାସୀ ଅନୁସୂଚିତ ଜାତି ଓ ଜନଜାତିର ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଅନେକ ଯୋଜନା ଏବେ ମଧ୍ୟ ସେମାନଙ୍କ ନିକଟରେ ଅପହଞ୍ଚ ରହିଛି।

ପଲ୍ଲୀସଭାରେ ଚୂଡାନ୍ତ ହୋଇଥିବା ହିତାଧିକାରୀଙ୍କୁ ସଠିକ ସମୟରେ ଇନ୍ଦିରା ଆବାସ  ବଣ୍ଟନ, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ଗ୍ରାମରେ ବିପିଏଲ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ ଓ ରାସ୍ତା ନିର୍ମାଣ ନିମନ୍ତେ ଏହି ଗ୍ରାମର ଗ୍ରାମବାସୀ ମାନେ ଅନେକବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ସେମାନଙ୍କ ଦାବି ଏବେ ମଧ୍ୟ ପୂରଣ ହୋଇପାରିନାହିଁ।

ବାଧ୍ୟ ହୋଇ ସେମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗ୍ରାମର ଭଗବତୀ କିସାନ, କବିତା କିସାନ, ରଶ୍ମିତା କିସାନ, ଅନୁ କିସାନ ଓ ସୁନୀତା କିସାନଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ୱ ଲୋକ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସେମାନେ ଅତିରିକ୍ତ ଜିଲ୍ଲାପାଳ ଭକ୍ତଚରଣ ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

image