23 October 2017
12:29:05 AM
Sambad News
ଦେବଗଡ଼

ଏ ଯାଏ ମିଳିଲାନି କୃଷି ବୀମା ରାଶି

ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

By Sambad | Date: Jan 3 2017 5:37AM
ଏ ଯାଏ ମିଳିଲାନି କୃଷି ବୀମା ରାଶି

ଦେବଗଡ଼: ଜିଲ୍ଲାର  ଆଦିବାସୀ ଅଧ୍ୟୁଷିତ ତିଲେଇବଣୀ ପଂଚାୟତର ଗ୍ରାମବାସୀମାନେ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ୨୦୧୫-୧୬ରେ ଗ୍ରାମବାସୀମାନେ ବିଭିନ୍ନ ବ୍ୟାଙ୍କରେ କୃଷି ବୀମା କରିଥିଲେ। ହେଲେ ବର୍ଷା ଅଭାବରୁ ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା। ରାଜ୍ୟ ସରକାର ଦେବଗଡ଼ ଜିଲ୍ଲାକୁ ମରୁଡ଼ି ଘୋଷଣା କରିଥିବାରୁ ସମସ୍ତଙ୍କୁ କୃଷି ବାବଦକୁ କ୍ଷୟକ୍ଷତି ମଧ୍ୟ ମିଳିଥିଲା।

ଏନେଇ କୃଷି ସହାୟତା କୁଇଣ୍ଟାଲ ପିଛା ୧୦୦ ଟଙ୍କା ଓ  କୃଷି ବୀମା ବାବଦକୁ ଋଣ ଛାଡ଼ କରିଥିବା ବେଳେ ତିଲେଇବଣୀ ବ୍ଲକ ସେଥିରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଗାଁର ଚାଷୀମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସହ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କୁ ନିଜ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି କୃଷି ବୀମା ନ ମିଳବ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେନାବନୀ ଦେଇଛନ୍ତି।

image