20 October 2017
10:22:50 AM
Sambad News
ଅପରାଧ

୧୨ ବର୍ଷୀୟ ଝିଅ ୨୭ ସପ୍ତାହର ଅନ୍ତଃସତ୍ତ୍ୱା; ଗର୍ଭପାତ ପାଇଁ ସୁପ୍ରିମ୍‌ କୋର୍ଟରେ ଆବେଦନ କିରବେ ପିତାମାତା

By Sambad | Date: Aug 11 2017 1:49PM
୧୨ ବର୍ଷୀୟ ଝିଅ ୨୭ ସପ୍ତାହର ଅନ୍ତଃସତ୍ତ୍ୱା; ଗର୍ଭପାତ ପାଇଁ ସୁପ୍ରିମ୍‌ କୋର୍ଟରେ ଆବେଦନ କିରବେ ପିତାମାତା
Image Courtesy of TOI

ମୁମ୍ବାଇ: ଦୁଷ୍କର୍ମର ଶରବ୍ୟ ହୋଇ ୨୭ ସପ୍ତାହର ଅନ୍ତଃସତ୍ତ୍ୱା ହୋଇଥିବା ଜଣେ ୧୨ ବର୍ଷୀୟ ବାଳିକାର ଗର୍ଭପାତ କରାଇବାକୁ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବେ ତା’ର ପିତାମାତା। କାରଣ ମେଡିକାଲ୍‌ ଟର୍ମିନେସନ୍‌ ଅଫ୍‌ ପ୍ରେଗ୍ନାନ୍‌ସି ଆକ୍ଟ୍‌ରେ ଗର୍ଭପାତର ସମୟସୀମା ୨୦ ସପ୍ତାହରେ ସୀମିତ କରାଯାଇଛି।
 
ଥାଇରଏଡ୍‌ କାରଣରୁ ଝିଅ ମେଦବହୁଳତାର ଶିକାର ହୋଇଥିବା ମନେକରି ପିତାମାତା ଡାକ୍ତରଙ୍କ ପାଖକୁ ନେଇଥିଲେ। ସ୍କାନ୍‌ ହେବା ପରେ କାରଣ ତାହା ନୁହେଁ ବୋଲି ଜଣାପଡ଼ିଥିଲା। ସେ ଥିଲା ଗର୍ଭବତୀ!
 
ସେ ଅନ୍ତଃସତ୍ତ୍ୱା ହୋଇଥିବା କଥା ବୁଧବାର ଦିନ ଜଣାପଡ଼ିଥିଲା। ପ୍ରାୟ ୬ ମାସ ତଳେ ଦୁଷ୍କର୍ମର ଶିକାର ହୋଇଥିବା ୧୨ ବର୍ଷୀୟ ଝିଅର ଗର୍ଭପାତ କରାଇବାକୁ ଡାକ୍ତର ନିଖିଳ ଦାତରଙ୍କ ନିକଟକୁ ରେଫର୍‌ କରାଯାଇଥିଲା। ଡାକ୍ତର ଦାତାର ଆଇନ୍‌ ସହାୟତାରେ ଏ ଭଳି ଅବାଞ୍ଛିତ ଗର୍ଭପାତ କରାଇ ମହିଳାମାନଙ୍କୁ ସହାୟତା କରିଥାଆନ୍ତି। ଡାକ୍ତର ଦାତାର ପୁଲିସକୁ ଜଣାଇବା ପରେ ପିଓସିଏସ୍‌ଓ ଆକ୍ଟ୍‌ରେ ଅଜ୍ଞାତ ଅପରାଧୀ ବିରୋଧରେ ମାମଲା ରୁଜୁ କରାଯାଇଥିଲା।
 
କାରଣ ଏହି ମାମଲା ପାଇଁ କିଏ ଦାୟୀ ଓ ତାହା କେଉଁଠି ହୋଇଥିଲା ସେ କଥା ଝିଅଟି କହିନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

image