19 October 2017
2:41:07 PM
Sambad News
ଅପରାଧ

ଝିଅକୁ ବଞ୍ଚାଇବାକୁ ଯାଇ ୯୬ ପ୍ରତିଶତ ଜଳିଗଲେ ମାଆ

By Sambad | Date: Apr 21 2017 4:33PM
ଝିଅକୁ ବଞ୍ଚାଇବାକୁ ଯାଇ ୯୬ ପ୍ରତିଶତ ଜଳିଗଲେ ମାଆ

ମୁମ୍ବାଇ: ନିଜ ଝିଅକୁ ଯୌନ ଉତ୍ପୀଡ଼ନରୁ ବଞ୍ଚାଇବାକୁ ଯାଇ ଦୁଷ୍କର୍ମକାରୀ ବିରୋଧରେ ଠିଆ ହେବାରୁ ଅମରାବତୀ ନାମକ ଜଣେ ମହିଳାଙ୍କୁ ଅଭିଯୁକ୍ତ ଜଣକ ପେଟ୍ରୋଲ୍‌ ଢ଼ାଳି ଜାଳିଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଅମରାବତୀ ପ୍ରାୟ ୯୪ ପ୍ରତିଶତ ଜଳି ଯାଇଛନ୍ତି ବୋଲି ଡାକ୍ତରମାନେ ଜଣାଇଛନ୍ତି। ତାଙ୍କ ମେଡିକାଲ୍‌ ବିଲ୍‌ ଏବେ ସୁଦ୍ଧା ୧୮ ଲକ୍ଷ ଟପି ସାରିଲାଣି ବୋଲି ସୂଚନା ମିଳିିଛି। ସେ ଏବେ ହସ୍ପିଟାଲ୍‌ରେ ମୂମୁର୍ଷ ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। 

ସୂଚନାଯୋଗ୍ୟ, ଏପ୍ରିଲ୍‌ ୧୪ ତାରିଖ ଦିନ ଦୀପକ ଜୈଠ ନାମକ ଜଣେ ୨୫ ବର୍ଷିୟ ଯୁବକ ବାନ୍ଦ୍ରାର ଗଣେଶ ନଗରଠାରେ ଦିନ ପ୍ରାୟ ୧୧ଟା ସମୟରେ ଅମରାବତୀଙ୍କ ୧୮ ବର୍ଷୀୟା ଝିଅ ସହ ଅସଦାଚରଣ କରିବାରୁ ତାକୁ ବିରୋଧ କରିଥିଲେ ଅମରାବତୀ। ଫଳରେ ଦୀପକ ତାଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲା। ମହିଳା ଜଣକ ଏବେ ହସ୍ପିଟାଲ୍‌ରେ ରହି ଦୀପକ ବିରୋଧରେ ବୟାନ ଦେଇ, ସେ ଦୀପକକୁ ଫାଶି ଦଣ୍ଡରେ ଦଣ୍ଡିତ ହେବା ଚାହାନ୍ତି ବୋଲି ପୁଲିସ୍‌କୁ କହିଛନ୍ତି।

image