17 October 2017
10:14:57 PM
Sambad News
ଅପରାଧ

ମଦ ପିଇ କାର ଦୁର୍ଘଟଣା କଲେ ୨ ଯୁବତୀ

By Sambad | Date: Jan 11 2017 2:57PM
ମଦ ପିଇ କାର ଦୁର୍ଘଟଣା କଲେ ୨ ଯୁବତୀ

ହାଇଦ୍ରାବାଦ: ହାଇଦ୍ରାବାଦର ବଂଜାରା ହିଲସ୍‌ରେ ୨ ଜଣ ଯୁବତୀ ମଦ ପିଇ କାର ଚଳାଉଥିବା ବେଳେ ସଡ଼କ ଦୁର୍ଘଟଣା କରିଛନ୍ତି। ହାଇଦ୍ରାବାଦରେ ବିବିଏ ପଢୁଥିବା ବି.ପରମେସା ନାମକ ଯୁବତୀ ଏକ ପାର୍ଟିରେ ଯୋଗ ଦେଇ ଘରକୁ ଫେରୁଥିଲେ। ସେ ନିଜର ଆଉଜଣେ ସାଙ୍ଗ ସହ ଘରକୁ ଫେରୁଥିବା ସମୟରେ ନିଜ କାରକୁ ଚଳାଉଥିଲେ। ଏହି ସମୟରେ ସେ ପ୍ରସାଦ ଲାବ ନିକଟରେ ଏକ କାରକୁ ଧକ୍କା ଦେଇ ଦ୍ରୁତ ଗତିରେ ଖସି ପଳାଉଥିଲେ।ଖସିଯିବା ସମୟରେ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲେ ପରମେସା। 
 
ପୁଲିସ ଘଟଣା ସମ୍ପର୍କରେ ଖବର ପାଇବାପରେ ପରମେସାଙ୍କୁ ଥାନାକୁ ଆଣିଥିଲେ। ସେଥିରେ ଆଲକହଲ୍‌ ଟେଷ୍ଟରୁ ତାଙ୍କ ଶରୀରରେ ଆଲକହଲ କଣ୍ଟେଟ୍‌ ୧୬୦ ଏମ୍‌ଜି ଥିବା ଜଣାପଡ଼ିଥିଲା। ଯାହା ସାଧରଣ ପରିମାଣରୁ ୨ ଗୁଣ ଥିଲା। ତାଙ୍କ ସହ ଥିବା ଯୁବତୀ ବି ମଦ ପିଅ ନିଶାରେ ଚୁର ଥିଲେ। ଏହାପରେ ପୁଲିସ୍‌ କାରକୁ ଦବତ କରିବାସହ ଆପିସି ଧାରା ୨୭୯ ଓ ମଟର ଯାନ ଆଇନ୍‌ ୧୮୫ ଅଧାରରେ ଏକ ମାମଲା ରୁଜୁ କରିଛି।
 
 
 
 
 
 
 

image