24 November 2017
5:15:39 AM
Sambad News
ଅପରାଧ

ଦମ୍ପତିଙ୍କୁ ଆକ୍ରମଣ, ୩ ଅଭିଯୁକ୍ତ ଗିରଫ

By Sambad | Date: Jan 12 2017 3:50AM
ଦମ୍ପତିଙ୍କୁ ଆକ୍ରମଣ, ୩ ଅଭିଯୁକ୍ତ ଗିରଫ
Photo by : sowegalive.com

ଭୁବନେଶ୍ୱର : ଏକ ଦମ୍ପତିଙ୍କୁ ଆକ୍ରମଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କାଳିଆ ବାଡ଼ି ବସ୍ତିର ଗୋରା ଓରଫ ରାଜେଶ ରେଡ୍ଡୀ(୨୯), ବଙ୍ଗାଳୀ ଓରଫ  ରାଜା ଦାସ((୩୦) ଏବଂ ନାରଣ ବସ୍ତିର ଭୋଡ଼ୋ ଓରଫ ଜି ବାଲଡ଼ି ରେଡ୍ଡୀ(୫୦)। ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଗୋରା, ବଙ୍ଗାଳୀ ଏବଂ ଭୋଡ଼ୋ କାଳିଆ ବାଡ଼ି ବସ୍ତିର  ତ୍ରିବେଣୀ ବେହେରା ଓ ତାଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ତ୍ରିବେଣୀ ଓ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ଏନେଇ ତ୍ରିବେଣୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଗୋରା, ବଙ୍ଗାଳୀ ଏବଂ ଭୋଡ଼ୋକୁ ଗିରଫ କରି କୋର୍ଟ ଚାଲାଣ କରିଛି।

image