24 November 2017
5:14:22 AM
Sambad News
ଅପରାଧ

ଚାକିରି ନାଁରେ ୫ଲକ୍ଷ ଠକେଇ : ପୂର୍ବତନ ସେନା ଅଧିକାରୀ ଗିରଫ

By Sambad | Date: Jan 12 2017 3:42AM
ଚାକିରି ନାଁରେ ୫ଲକ୍ଷ ଠକେଇ : ପୂର୍ବତନ ସେନା ଅଧିକାରୀ ଗିରଫ

ଭୁବନେଶ୍ୱର : ଚାକିରି କରାଇଦେବା ନାଁରେ ୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ସାତବାଟିଆ ଅଞ୍ଚଳର ଅଭୟ କୁମାର ସାହୁ। ସେ ଏଠାରେ ନୂଆପଲ୍ଲୀ ଏନ୍‌-୬/୧୩୧ରେ ରହନ୍ତି।

 
ପୁଲିସ ସୂଚନା ମୁତାବକ, ଗତ ୨୦୧୪ ମସିହରେ ଅଭୟ  ଜୟଦୁର୍ଗା ନଗର ଅଞ୍ଚଳର ସୌମ୍ୟ ପ୍ରସାଦ ପାଢ଼ୀ ନାମକ ଜଣେ ଯୁବକଙ୍କୁ ବାଙ୍ଗଲୋରର ଏକ ମଲ୍‌ଟିନ୍ୟାସନାଲ୍‌ କମ୍ପାନିରେ ଚାକିରି କରାଇ ଦେବାକୁ କହି ୫ଲକ୍ଷ ଟଙ୍କା ନେଇଥିଲେ। ହେଲେ ୩ ବର୍ଷ ବିତିଯାଇଥିଲେ ବି ସୌମ୍ୟ ଚାକିରି ପାଇ ନ ଥିଲେ। ସୌମ ଟଙ୍କା ଫେରାଇବା କଥା କହିବାରୁ ଅଭୟ ଧମକ ଦେଉଥିଲେ। ଏ ନେଇ ସୌମ୍ୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭୟଙ୍କୁ ଗିରଫ କରିଛି।  

image