24 November 2017
5:14:43 AM
Sambad News
ଅପରାଧ

ଗୁଳିମାଡ଼, ବୋମାମାଡ଼ ଓ ତଣ୍ଟି କଟା ମାମଲା : ମିଳୁନାହାନ୍ତି ଅପରାଧୀ

By Sambad | Date: Jan 12 2017 3:29AM
ଗୁଳିମାଡ଼, ବୋମାମାଡ଼ ଓ ତଣ୍ଟି କଟା ମାମଲା : ମିଳୁନାହାନ୍ତି ଅପରାଧୀ
Photo by : puertoplatadigital.com

ଖଣ୍ଡଗିରି : ଗୁଳି ଓ ବୋମା ମାଡ଼ କରି ଲୁଟିଲେ। ଜଣେ ମହିଳାଙ୍କ ତଣ୍ଟି କାଟିଲେ। ଗତ ଦୁଇ ସପ୍ତାହ ଭିତରେ ଅପରାଧୀମାନେ ସ୍ଥାନୀୟ ଅଞ୍ଚଳରେ ଏଭଳି ତିନି ତିନିଟି ବଡ଼ ଅପରାଧ ଘଟାଇଲେ। କିନ୍ତୁ କମିସନରେଟ୍‌ ପୁଲିସ ଏମାନଙ୍କୁ ଧରିପାରୁନି। ଅପରାଧୀମାନେ ଏବେ ବି ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛନ୍ତି। ତଣ୍ଟି କଟା ମାମଲାରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି ସିନା ଅନ୍ୟ ଦୁଇ ମାମଲାରେ କିଏ ସମ୍ପୃକ୍ତ ତା’ର ପତ୍ତା ପାଇନାହିଁ। 
 
ଗତ ୨୫ ତାରିଖରେ ଦୁର୍ବୃତ୍ତମାନେ ବରମୁଣ୍ଡାଠାରେ ରାଜଧାନୀ କଲେଜ ନିକଟରେ ଡୁମୁଡୁମା ଅଞ୍ଚଳର ଯୁବ ବ୍ୟବସାୟୀ ରଣଜିତ ମାଝୀଙ୍କୁ ଗୁଳି କରି ଲୁଟିଥିଲେ। ଏକ ନମ୍ବର ବିହୀନ ପଲ୍‌ସର୍‌ରେ ଆସିଥିବା ୩ ଜଣ ଦୁର୍ବୃତ୍ତ ରଣଜିତଙ୍କ କାର୍‌କୁ ଅଟକାଇ ଗୁଳି ମାଡ଼ କରିଥିଲେ। ତାଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା ଓ ପ୍ରାୟ ୩/୪ ଲକ୍ଷ ଟଙ୍କାର ମୋବାଇଲ୍‌ ଭାଉଚର୍‌ ନେଇ ପଳାଇଥିଲେ। ଗୁଳିମାଡ଼ରେ ରଣଜିତ୍‌ଙ୍କ ବାମ ଗୋଡ଼ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଏ ପର୍ଯ୍ୟନ୍ତ ପୁଲିସ ଏହି ମାମଲାର ଅଭିଯୁକ୍ତମାନଙ୍କୁ ଠାବ କରିପାରିନାହିଁ। 
 
ସେହିଭଳି ମଙ୍ଗଳବାର ସନ୍ଧ୍ୟାରେ ଆଇଗିଣିଆ କୁବେରପୁରୀରୁ ଦୁର୍ବୃତ୍ତମାନେ ବୋମାମାଡ଼ କରି ଜଣେ ଡିଷ୍ଟ୍ରିବ୍ୟୁଟର୍‌ଙ୍କ କର୍ମଚାରୀଙ୍କ ବାଇକ୍‌ ସହ ଲକ୍ଷେ ଟଙ୍କା ଲୁଟିନେଲେ। ଏହି ଦୁର୍ବୃତ୍ତମାନଙ୍କୁ ବି ପୁଲିସ ଠାବ କରିବାରେ ସକ୍ଷମ ହୋଇନାହିଁ। ସେହିଭଳି ଗତ ୭ ତାରିଖ ସକାଳୁ ସକାଳୁ ଜଣେ ଦୁର୍ବୃତ୍ତ ଛୁରିରେ ଡୁମୁଡୁମାରେ ତନୁଜା ନାୟକଙ୍କ  ତଣ୍ଟି କାଟି ଦେଇଥିଲା। ଦୁର୍ଦାନ୍ତ ମାନସ ଭୋଇ ଏହି କାଣ୍ଡ ଘଟାଇଥିଲେ ବି ପୁଲିସ ଆଜି ଯାଏଁ ତାକୁ ଗିରଫ କରିପାରିନାହିଁ।

image