23 October 2017
12:33:22 AM
Sambad News
ଅପରାଧ

ବାର୍‌ ଉପରେ ବୋମାମାଡ଼

By Sambad | Date: Jan 11 2017 6:13AM
ବାର୍‌ ଉପରେ ବୋମାମାଡ଼

ଜଟଣୀ: ସ୍ଥାନୀୟ କୁଦିଆରୀ ବଜାରରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ବାର୍‌ ଉପରେ ବୋମାମାଡ଼ ହୋଇଥିବା ନେଇ ଜଟଣୀ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତକାଲି ରାତିରେ କେତେକ ଦୁର୍ବୃତ୍ତ କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ପ୍ରରୋଚନାରେ ଏପରି କରିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ବାର୍‌ର ସତ୍ତ୍ୱାଧିକାରୀ ସୁଦର୍ଶନ ସୁନ୍ଦରାୟ ଏତଲା ଦେଇଥିବା ସୂଚନା ମିଳିଛି।

image