19 November 2017
4:32:15 AM
Sambad News
ବାଣିଜ୍ୟ

ଭୋଡାଫୋନ୍‌ ଦେଉଛି ୪୫ଜିବି ଡାଟା ମାଗଣା

By Sambad | Date: May 19 2017 11:02AM
ଭୋଡାଫୋନ୍‌ ଦେଉଛି ୪୫ଜିବି ଡାଟା ମାଗଣା

ଭୋଡାଫୋନ୍‌  ନିଜର ଗ୍ରାହକମାନଙ୍କୁ ୪୫ ଜିବି ର ଫ୍ରି ଡାଟା ର ଅଫର୍‌ ଦେଉଛି । ଏହି ଅଫର୍‌ ଉଭୟ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌  ନୂଆ, ପୁରୁଣା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ । ଏହି ଅଫର୍‌  ଭୋଟାଫୋନ୍‌  ଅନ୍‌ଲାଇନ୍‌  ସପିଂଙ୍ଗ୍‌ ଓ୍ଵବସାଇଟ୍‌  ଆମାଜନ୍‌  ସହିତ ମିଶି ପ୍ରଦାନ କରୁଛି । ଏହି ଅଫର୍‌ର ଲାଭ ପାଇବାକୁ ହେଲେ ଆପଣଙ୍କୁ ଆମାଜନ୍‌ର ଏକ ନୂଆ ୪ଜି ସ୍ମାର୍ଟଫୋନ୍‌ କିଣିବାକୁ ପଡ଼ିବ । ଏହାକୁ ଆପଣ ଆଗାମୀ ଜୁନ୍‌ ୩୦ ତାରିଖ ଭିତରେ କିଣିବାକୁ ହେବ । ଏହି ଅଫର୍‌ ମଇ ୧୧ ତାରିଖରୁ  ଆରମ୍ଭ ହୋଇଛି ।
    ତେବେ ଏହି ଅଫର୍‌ ସହିତ  କଂପାନି କିଛି ସର୍ତ୍ତାବଳୀ ମଧ୍ୟ ରଖିଛି । ଏଥିମଧ୍ୟରୁ ପ୍ରଥମଟି ହେଲା ଏକ ମାସ ପାଇଁ ଅନ୍ୟୁନ ୫ଜିବି ଡାଟା ରିଚାର୍ଜ କରିବାକୁ ପଡିବ । ଏହା ସହିତ ୯ ଜିବି  ଡାଟା ଏକ୍ସଟ୍ରା ଡାଟା ଆପଣଙ୍କୁ ପାଞ୍ଚ ଥର  ରିଚାର୍ଜ  କରିବା ପରେ ମିଳିବ । ଥରେ ଏହି ଅଫର୍‌  ଗ୍ରହଣ  କରିବାର ପାଞ୍ଚ ମାସ ଭିତରେ ପାଞ୍ଚ ଥର  ରିଚାର୍ଜ କରିବାକୁ ପଡିବ । ପ୍ରିପେଡ୍‌  ବ୍ୟବହାରକାରୀ ମାନଙ୍କ ପାଇଁ  ଏହି ଡାଟାର ବୈଧତା ୨୮ ଦିନର । ଅପରପକ୍ଷରେ ପୋଷ୍ଟପେଡ୍‌  ଗ୍ରାହକମାନଙ୍କ ପାଖରେ  ୧ ଜିବି  ବା ତା’ଠୁଁ  ଅଧିକ  ଡାଟା ପ୍ଲାନ୍‌  ହେବା ଦରକାର । 
  କେମିତି କରିବେ ଆକ୍ଟିଭେଟ୍‌: ଆମାଜନ୍‌ ଅଫରରୁ ମୋବାଇଲ୍‌ କିଣିବା ପରେ ଆପଣ  ଭୋଡାଫୋନ୍‌ ସିମ୍‌କୁ ଆପଣ ସ୍ମାର୍ଟଫୋନର ସିମ୍‌ ୧ ସ୍ଲଟ୍‌ରେ ଲଗାନ୍ତୁ । ତା’ପରେ ମେସେଜ୍‌  ଆସିବ ଯେ ଆପଣ ୧ ଜିବି କିଣିଲେ ୯ ଜିବି ଡାଟା ଫ୍ରି ଅଫର୍‌ର ଯୋଗ୍ୟ । ଏହା ଅଫର୍‌ ୫ ମାସ ବା ୫ ରିଚାର୍ଜ ପାଇଁ ବୈଧ ହେବ । ଏହାପରେ ୯ ଜିବି ଡାଟା  ଫ୍ରି ମିଳିଯିବ । ଠିକ୍‌ ସେମିତି ପୋଷ୍ଟପେଡ୍‌  ବ୍ୟବହାରକାରୀଙ୍କୁ ୧ ଜିବି ବା ତା’ ଠୁଁ ଅଧିକ ଡଶଟାର ପ୍ଲାନ୍‌  ନେବାକୁ ପଡିବ । ଏହି ଅଫର୍‌ ଆକ୍ଟିଭ୍‌  ହେବାର ୪୮ ଘଣ୍ଟା  ଭିତରେ ୯ ଜିବି ଅତିରିକ୍ତ ଡାଟା  ସ୍ୱତଃ ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ୍‌ ହେବ ।

image