17 October 2017
10:24:33 PM
Sambad News
ବାଣିଜ୍ୟ

ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ

By Sambad | Date: Aug 12 2017 12:48AM
ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ

ଭୁବନେଶ୍ୱର: ହସ୍ତ ଶିଳ୍ପ, କାରିଗର ଏବଂ ବୁଣାକାର କଲ୍ୟାଣ ସଂଘ ପକ୍ଷରୁ  ୧୦ ଦିନିଆ ସିିଲ୍କ ଇଣ୍ଡିଆ ଏକ୍ସପୋ ହୋଟେଲ୍‌ ନ୍ୟୁ ମାରିଅନ୍‌ଠାରେ ଆରମ୍ଭ ହୋଇଛି। ଏହାକୁ ଓଲିଉଡ୍‌ ଅଭିନେତ୍ରୀ ଲିପ୍ସା ମିଶ୍ର ଉଦ୍‌ଘାଟନ କରିଛନ୍ତି।  ଏକ୍ସପୋରେ ରହିଛି ଏଠାରେ ୬୫ଟି ଷ୍ଟଲ୍‌। ଷ୍ଟଲ୍‌ଗୁଡ଼ିକରେ ହ୍ୟାଣ୍ଡ୍‌ ବ୍ଲକ୍‌ ପ୍ରିଣ୍ଟ ଶାଢି, ସୁଟ୍‌ ଏବଂ ସିଲ୍କ ବେଡ଼୍‌ କଭର୍ସ, ଡିଜାଇନର୍‌ ଓୟାର୍‌ ଏବଂ ବର୍ଡର,  ଲେଜେସ୍‌, କୁର୍ତି, ହାତ ତିଆରି ମଟ୍‌କା ଏବଂ ଆସାମ ମୁଗା ଫ୍ୟାବ୍ରିକ୍ସ, ଅପୂର୍ବା ସିଲ୍କ୍‌ ଶାଢି, ବାଲୁଚୂରୀ ଶାଢି, ଏମ୍ବ୍ରୋଡ଼ୋରି ଡିଜାଇନ୍‌ ସିଲ୍କ ଶାଢି ଏବଂ ଡ୍ରେସ୍‌ ମ୍ୟାଟେରିଆଲ୍‌, ଭାଗଲପୂରୀ ସୁଟ୍‌, ପ୍ରିଣ୍ଟେଡ୍‌୍‌ ସିଲ୍କ ଶାଢି, ରେଶମୀ ପ୍ଲେନ୍‌ ଏବଂ ବୁଟ୍ଟି ଶାଢି, କର୍ଣ୍ଣାଟକର ସିଲ୍କ ଶାଢି, ମାହେଶ୍ୱରୀ, ଚନ୍ଦେରୀ ସିଲ୍‌କ ଶାଢି ଏବଂ ସୁଟ୍‌ ଏବଂ କୋଟା ସିଲ୍କ, ମଲ୍‌ବେରୀ ସିଲ୍କ ସହିତ ଟେମ୍ପୁଲ୍‌ ବର୍ଡର, ବନାରସ୍‌ ଜାମଦାନୀ, ହାତ ତିଆରି ଶାଢି ଏବଂ ସୁଟ୍‌ ଆଦି ପ୍ରଦର୍ଶିତ କରାଯାଇଛି। ଏହି ଏକ୍ସପୋ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଏକ୍ସପୋର ଆୟୋଜକ ଅଭିନନ୍ଦ କହିଛନ୍ତି ଯେ, ବିଭିନ୍ନ ପ୍ରକାର ସିଲ୍କ ଶାଢି ବୁଣାକାର, ହସ୍ଥଶିଳ୍ପ ବିଭାଗ ଏବଂ ସିଲ୍କ କୋଅପରେଟିଭ ସୋସାଇଟି ପକ୍ଷରୁ ସେମାନଙ୍କର ଉତ୍ପାଦ ଗୁଡ଼ିକର ପ୍ରଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି ।

image