19 October 2017
2:42:20 PM
Sambad News
ବାଣିଜ୍ୟ

ଜାନୁଆରି ୧୫ରୁ ପେଟିଏମ୍‌ର ନାମ ହେବ ପେମେଣ୍ଟ ବ୍ୟାଙ୍କ

ଓ୍ଵାଲେଟ୍‌ ବନ୍ଦ ହେବା ଖବରକୁ କଂପାନିର ଖଣ୍ଡନ

By Sambad | Date: Jan 12 2017 3:32PM
ଜାନୁଆରି ୧୫ରୁ ପେଟିଏମ୍‌ର ନାମ ହେବ ପେମେଣ୍ଟ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତର ସବୁଠାରୁ ବୃହତ୍ତମ ମୋବାଇଲ ଓ୍ଵାଲେଟ୍‌ କଂପାନି ‘ପେଟିଏମ୍‌’ ପେମେଣ୍ଟ ବ୍ୟାଙ୍କର ରୂପ ନେବାକୁ ଯାଉଛି। ଜାନୁଆରି ୧୫ରୁ ପେଟିଏମ୍‌ର ରୂପ ବଦଳି ପେମେଣ୍ଟ ବ୍ୟାଙ୍କ ଭାବରେ ଜଣାଯିବ। ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଟଙ୍କା ଟ୍ରାନ୍‌ସଫର କରାଯାଇ ପାରିବ। ଏଥି ସହିତ ପେଟିଏମ୍‌ ଓ୍ଵାଲେଟରେ ଗ୍ରାହକଙ୍କ ପୂର୍ବ ଭଳି ଟଙ୍କା ରଖିପାରିବେ। କଂପାନି ତରଫରୁ ପେଟିଏମ୍‌ ବ୍ୟାଙ୍କରେ ଟଙ୍କା ରଖୁଥିବା ଗ୍ରାହକଙ୍କୁ ୧୪.୫ ପ୍ରତିଶତ ସୁଦ୍ଧ ଦିଆଯିବାର ବ୍ୟବସ୍ଥା କରିଛି। ପେଟିଏମ୍‌ ବ୍ୟାଙ୍କ ଗ୍ରାହକଙ୍କୁ ଚେକ୍‌ବୁକ୍‌ ଓ ଡେବିଟ କାର୍ଡ ପ୍ରଦାନ କରିବ। 
 
କଂପାନି ତରଫରୁ ଜାଣିବାକୁ ଦିଆଯାଇଛି କି ଯେଉଁ ଗ୍ରାହକମାନେ ପେଟିଏମ୍‌ ଓ୍ଵାଲେଟ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି, ସେମାନେ [email protected]କୁ ଇମେଲ କରନ୍ତୁ ଅଥବା paytm.com/careକୁ ଯାଇ ଓ୍ଵାଲେଟର ଥିବା ଜମା ରାଶି ନିଜର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍‌ସଫର କରିପାରନ୍ତି। ଏଥିପାଇଁ ଆକାଉଣ୍ଟଧାରୀଙ୍କୁ ନିଜର ନାମ, ଆକାଉଣ୍ଟ ନମ୍ବର ଓ ବ୍ୟାଙ୍କ ଆଇଏଫ୍‌ଏସ୍‌ସି କୋଡ ଦେବାକୁ ହେବ। ଏହି ଟଙ୍କା ୧୫ ଦିନ ମଧ୍ୟରେ ଟ୍ରାନ୍‌ସଫର ହୋଇଯିବ। 

image