21 November 2017
12:34:14 AM
Sambad News
ବାଣିଜ୍ୟ

ଏୟାରଟେଲ୍‌ ଠାରୁ ଦ୍ରୁତ ୪ଜି ଇଣ୍ଟରନେଟ୍‌ ସେବା ଯୋଗାଇଦେଉଛି ଜିଓ: ଟ୍ରାଇ ଡାଟା

By Sambad | Date: Jan 11 2017 9:34AM
ଏୟାରଟେଲ୍‌ ଠାରୁ ଦ୍ରୁତ ୪ଜି ଇଣ୍ଟରନେଟ୍‌ ସେବା ଯୋଗାଇଦେଉଛି ଜିଓ: ଟ୍ରାଇ ଡାଟା

ରିଲାଏନସ୍‌ ଜିଓ ଏୟାଟଟେଲ୍‌ଠାରୁ  ଦ୍ରୁତ ୪ଜି ଇଣ୍ଟରନେଟ୍‌ ସେବା ଯୋଗାଇ ଦେଉଛି। ଗତ ଅକ୍ଟୋବରରେ ଟ୍ରାଇର ମାଇ ସ୍ପିଡ୍‌ ପୋର୍ଟାଲ୍‌ ଅନୁସାରେ ରିଲାଏନସ୍‌ ଜିଓ ସବୁଠାରୁ ମନ୍ଥର ୪ଜି ଇଣ୍ଟରନେଟ୍‌ ସେବା ଯୋଗାଇ ଦେଉଥିଲା। ମାଇ ସ୍ପିଡ୍‌ ପୋର୍ଟାଲରେ ସାରା ଦେଶରେ ଇଣ୍ଟରନେଟର ମାନକୁ ନେଇ କରାଯାଇଥିବା ସର୍ବେକ୍ଷଣରୁ ଏହି ରିପୋର୍ଟ ଦିଆଅଯାଇଥିଲା।ଟ୍ରାଇର ଡାଟା ଅନୁସାରେ ଏବେ ଜିଓ ସବୁଠାରୁ ଅଧିକ  ଦ୍ରୁତ  ଇଣ୍ଟରନେଟ୍‌ ସେବା ଯୋଗାଇ ଦେଉଥିବା ଇଣ୍ଡିଆଟୁଡେରେ ରିପୋର୍ଟ ପ୍ରକାଶ ପାଇଛି।
 
ଏବେ ଜିଓର ଡାଉଲୋଡ୍‌ ବେଗ ବୃଦ୍ଧି ପାଇଛି। ଏହାର ହାରାହାରି ଡାଉନଲୋଡ୍‌ ବେଗ ସେକେଣ୍ଡ ପ୍ରତି ଏବେ ୯.୯ ଏମ୍‌ବିପିଏସ୍‌ ଅଛି। ଏୟାରଟେଲ୍‌ର ହାରାହାରି ଡାଉନ୍‌ଲୋଡ୍‌ ବେଗ ୫.୮ ଏମ୍‌ବିପିଏସ୍‌ ଅଛି। ଭୋଡାଫୋନ୍‌ର ଡାଉନ୍‌ଲୋଡ୍‌ ବେଗ ୪.୨ ଏମ୍‌ବିପିଏସ୍‌ ଅଛି।
 
ସେହିପରି ଅପ୍‌ଲୋଡ୍‌ ବେଗ ଟେଲିନୋରର ସର୍ବାଧିକ ୨.୮ ଏମ୍‌ବିପିଏସ୍‌ ଥିବା ବେଳେ ଜିଓର ୨.୬ ଏମ୍‌ବିପିଏସ୍‌ ଅଛି। 
 
ଆଗରୁ ଜିଓ ଓ୍ଵେଲ୍‌କମ୍‌ ଅଫର୍‌ ଦେଉଥିବା ବେଳେ ଏବେ ତାହାର ହାପି ନିଉ ଇଅର୍‌ ଅଫର୍‌ ଚାଲୁ ହୋଇଛି। ଏବେ ଜିଓର ୧ ଜିବି ଡାଟା ଡାଉନ୍‌ଲୋଡ୍‌ ପରେ ଡାଉନ୍‌ ଲୋଡ୍‌ ବେଗ ୧୨୮ କେବିପିଏସ୍‌କୁ ହ୍ରାସ ପାଉଛି।
 

image