19 November 2017
4:43:00 AM
Sambad News
ବାଣିଜ୍ୟ

ଲିକ୍‌ ହେଲା ଜିଓ ଫୋନ୍‌ର ଫଟୋ

By Sambad | Date: Aug 21 2017 9:05PM
ଲିକ୍‌ ହେଲା ଜିଓ ଫୋନ୍‌ର ଫଟୋ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ୪ଜି ଫିଚର ଫୋନ୍‌ର ଫଟୋ ୯୧ ମୋବାଇଲ ନାମକ େଓ୍ଵବସାଇଟରେ ଫୋଷ୍ଟ ହୋଇଛି। ଲିକ୍‌ ହୋଇଥିବା ଏହି ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଜିଓ ଫୋନ୍‌ର ସାମ୍ନାରେ କ୍ୟାମେରା ରହିଛି। ଏତଦ୍‌ବ୍ୟତୀତ େଓ୍ଵବସାଇଟରେ ଏହି ଫୋନ୍‌ର ଫିଚରର ବି ଏକ ଫଟୋ ଫୋଷ୍ଟ ହୋଇଛି। 
 
ଜିଓର ଫିଚର ଫୋନ୍‌ରେ ୨.୪ଇଞ୍ଚର କ୍ୟୁବିଜିଏ ଡିସ୍‌ପ୍ଲେ, ନ୍ୟୁମେରିକ କିପେଡ୍‌, ୪ ନୋବିଗେସନ୍‌ ବଟନ ପ୍ରଦାନ କରାଯାଇଛି। ଏଥିରେ ମାଇକ୍ରୋଏସ୍‌ଡି କାର୍ଡ ସ୍ଲଟ, ରିୟର କ୍ୟାମେରା, ଟର୍ଚ୍ଚ ଲାଇଟ, ଓ୍ଵୟାରଲେସ୍‌ ଏଫଏମ ରେଡିଓ, ୫୧୨ଏମ୍‌ବି ରେମ୍‌, ମାଇକ୍ରୋ ଏସ୍‌ଡି ୬୪ଜିବିର ଓ ବ୍ଲୁଟୁଥ୍‌ ବି ରହିଛି। ଏହି ଫୋନ୍‌ ଭାରତୀୟ ଭାଷା ସହିତ ଭଏସ୍‌ କମ୍ପାଣ୍ଡକୁ ବି ସପୋର୍ଟ କରିବ। ଏଥିରେ ରିଲାଏନ୍ସ ଜିଓର ଜିଓ ମିୟୁଜିକ୍‌, ଜିଓ ସିନେମା ଓ ଜିଓ ଟିଭି ଭଳି ଆପ୍‌ ପ୍ରଥମରୁ ହିଁ ଇନ୍‌ଷ୍ଟଲ ହୋଇ ରହିଛି। 

image