20 October 2017
3:15:41 AM
Sambad News
ବାଣିଜ୍ୟ

ଆଇଡିଆ ଆଣିଲା ନୂଆ ଅଫର୍‌ : ୩୪୮ଟଙ୍କାରେ ଅନଲିମିଟେଡ୍‌ କଲ୍‌ ଓ ୪ ଜିବି ଡାଟା ମାଗଣା

By Sambad | Date: Jan 12 2017 3:46PM
ଆଇଡିଆ ଆଣିଲା ନୂଆ ଅଫର୍‌ : ୩୪୮ଟଙ୍କାରେ ଅନଲିମିଟେଡ୍‌ କଲ୍‌ ଓ ୪ ଜିବି ଡାଟା ମାଗଣା
Photo : netfever.net

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ,  ଏୟାରଟେଲ୍‌ ଏବଂ ଭୋଡାଫୋନ ଭଳି କମ୍ପାନି ଗ୍ରାହକଙ୍କୁ ଯେମିତି ମାଗଣା କଲ୍‌ ଓ ଡାଟା ସେବା ଯୋଗାଉଛନ୍ତି  ସେମିତି ଆଇଡିଆ ମଧ୍ୟ ସେମାନଙ୍କ ସହିତ ଟକ୍କର ଦେବା ପାଇଁ ବାହାରିିଛି ।  ଟେଲିକମ୍‌ ଅପରେଟର ଆଇଡିଆ ଆଣିଛି ନୂଆ ଅଫର। ଆଇଡିଆର ଏହି ଅଫର ପ୍ରିପେଡ ୪ଜି  ଗ୍ରାହକଙ୍କ ପାଇଁ ।  ସେମାନେ ୩୪୮ଟଙ୍କାରେ ରିଚାର୍ଜ କଲେ ଅନଲିମିଟେଡ ଭଏସ କଲିଂ ସହିତ ମେସେଜ୍‌ ଏବଂ ୧ଜିବି ଡାଟା ମାଗଣା ପାଇବେ । ଯଦି ଆପଣଙ୍କର  ହ୍ୟାଣ୍ଡସେଟ୍‌  ୪ଜି ତେବେ ସେହି ସମାନ ରିଚାର୍ଜରେ  ଅନଲିମିଟେଡ ଭଏସ କଲିଂ ସହିତ ମେସେଜ୍‌ ଏବଂ ୪ଜିବି ଡାଟା ମିଳିବ।  ଅର୍ଥାତ ଗ୍ରାହକ ପାଇବେଅଧିକ ୩ ଜିବି ଡାଟା । ଏହାର ଭାଲିଡିଟି ୨୮ ଦିନ ଏବଂ ବର୍ଷକୁ ୧୩ ଥର ଏହି ରିଚାର୍ଜ କରାଯାଇପାରିବ ।
 

image