20 October 2017
3:07:46 AM
Sambad News
ବାଣିଜ୍ୟ

ସ୍ମାର୍ଟଫୋନ୍‌ ଜଗତର ବାଦଶାହା ‘ଆଇଫୋନ୍‌’କୁ ପୂରିଲା ୧୦ ବର୍ଷ

ଯୁବପିଢ଼ିର ପ୍ରଥମ ପସନ୍ଦର ସ୍ମାର୍ଟଫୋନ୍‌, ୧୦ବର୍ଷରେ ୧ ମିଲିୟନ ବିକ୍ରି

By Sambad | Date: Jan 10 2017 5:17PM
ସ୍ମାର୍ଟଫୋନ୍‌ ଜଗତର ବାଦଶାହା ‘ଆଇଫୋନ୍‌’କୁ ପୂରିଲା ୧୦ ବର୍ଷ
Photo : TechGiri

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ଦୁନିଆର ବାଦ୍‌ଶାହା କୁହାଯାଉଥିବା ଆପଲର ‘ଆଇଫୋନ୍‌’କୁ ୧୦ ବର୍ଷ ପୂରିଛି। ସାନ ଫ୍ରାନ୍ସିସ୍କୋର ମେକ୍‌ଓ୍ଵାଲ୍ଡସ୍ଥିତ ସେଣ୍ଟର ଷ୍ଟେଜ୍‌ରେ ୨୦୦୭ ଜାନୁଆରୀ ୯ରେ ଆପଲର ପ୍ରଥମ ସ୍ମାର୍ଟଫୋନ୍‌ ଶୁଭାରମ୍ଭ ହୋଇଥିଲା। ତତ୍କାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟିଭ୍‌ ଜବ୍‌ସ ବଜାରରେ ସ୍ମାର୍ଟଫୋନ୍‌ ପ୍ରବେଶ କରି ଇତିହାସ ରଚନା କରିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ଅନେକ କଂପାନିରେ ସ୍ମାର୍ଟଫୋନ୍‌ ବଜାରରେ ପ୍ରବେଶ କରିଛି। ଅତ୍ୟାଧୁନିକ ଯୁବପିଢ଼ିର ମନ ପସନ୍ଦର ସ୍ମାର୍ଟଫୋନ୍‌ ବଜାରରେ ମିଳି ପାରୁଛି। ତା’ସତ୍ତ୍ୱେ ଆଇଫୋନ୍‌ ଗ୍ରାହକଙ୍କ ମଧ୍ୟରେ ପ୍ରଥମ ପସନ୍ଦର ସ୍ମାର୍ଟଫୋନ୍‌ ହୋଇ ପାରିଛି। 
 
କଂପାନି କହିବା ଅନୁସାରେ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଆଇଫୋନ୍‌ ସ୍ମାର୍ଟଫୋନ୍‌ ବିକ୍ରି ସରିଛି। କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟିମ୍‌ କୁକ୍‌ଙ୍କ କହିବା ଅନୁଯାୟୀ, ‘ଆହୁରି ଭଲ ଫୋନ୍‌  ଆଗାମୀ ଦିନରେ ଆସିବ। ଆଜିକାଲି କିଛି ଲୋକଙ୍କ ପାଇଁ ଆଇଫୋନ୍‌ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶବିଶେଷ ପାଲଟିଯାଇଛି।’ 
 

image