19 October 2017
2:41:59 PM
Sambad News
ବାଣିଜ୍ୟ

ଜିଓ ଦିନକୁ ୧ ଜିବି, ବିଏସ୍‌ଲଏନ୍‌ଏଲ୍‌ ଦିନକୁ ୩ ଜିବି

By Sambad | Date: Apr 21 2017 5:13PM
ଜିଓ ଦିନକୁ ୧ ଜିବି, ବିଏସ୍‌ଲଏନ୍‌ଏଲ୍‌ ଦିନକୁ ୩ ଜିବି

ମୁମ୍ବାଇ: ଜିଓ ‘ସମର୍‌ ସର୍‌ପ୍ରାଇଜ୍‌ ଅଫର୍‌’ ହେଉ କିମ୍ବା ‘ଜିଓ ଧନ୍‌ ଧନା ଧନ୍‌ ଅଫର୍‌’ ଜରିଆରେ ହେଉ ଗ୍ରାହକ ପାଉଛନ୍ତି ଦିନକୁ ୧ ଜିବି ହାଇସ୍ପିଡ୍‌ ଇଣ୍ଟର୍‌ନେଟ୍‌। ମାତ୍ର ଜିଓକୁ ଟକ୍କର ଦେଇ ବିଏଏସ୍‌ଏନ୍‌ ଏବେ ୨ ପାଦ ଆଗକୁ ପଳାଇଛି। ଜିଓ ଦିନକୁ ୧ ଜିବି ହାଇସ୍ପିଡ୍‌ ଡାଟା ଦେଉଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ଦଉଛି ୩ ଜିବି ଡାଟା। ଏହି ସୁବିଧା ପାଇବା ପାଇଁ ଗ୍ରାହକଙ୍କୁ ୩୩୯ ଟଙ୍କା ରିଚାର୍ଜ କରିବାକୁ ହେବ। ଏହି ରିଚାର୍ଚ ଫଳରେ ଦିନକୁ ୩ ଜିବି ଡାଟା ସହିତ ଅନ୍ୟାନ୍ୟ ସୁବଧା ମଧ୍ୟ ଉପଲବ୍ଧ ହେବ। ପୂର୍ବରୁ କମ୍ପାନି ଦିନକୁ ୨ ଜିବି ଡାଟା ଦେଉଥିବା ସୂଚନା ରହିଛି। ୨ ଜିବି ଡାଟା ପ୍ରଦାନ କରିବା ପରେ ବିଏଏସ୍‌ଏନ୍‌ଏଲ୍‌ ପ୍ରାୟ ୩୦ ଲକ୍ଷ ନୂଆ ଗ୍ରାହକ ସୃଷ୍ଟି କରିପାରିଛି। ବର୍ତ୍ତମାନ ଦିନକୁ ୩ ଜିବି ଡାଟା ପ୍ରଦାନ କରି ବିଏସ୍‌ଏନ୍‌ଏଲ୍‌ ଅଧିକରୁ ଅଧିକ ଗ୍ରାହକ ସୃଷ୍ଟି କରିବାର ଯୋଜନା ରଖିଛି। 

image