17 October 2017
10:28:13 PM
Sambad News
ବାଣିଜ୍ୟ

ନାଲ୍‌କୋର ପଞ୍ଚପଟ୍ଟମାଳୀ ଖଣି ପୁରସ୍କୃତ

By Sambad | Date: Aug 12 2017 12:49AM
ନାଲ୍‌କୋର ପଞ୍ଚପଟ୍ଟମାଳୀ ଖଣି ପୁରସ୍କୃତ

ଭୁବନେଶ୍ୱର: ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନି  ଲିମିଟେଡ୍‌ (ନାଲ୍‌କୋ)ର ପଞ୍ଚପଟ୍ଟମାଳୀ ବକ୍ସାଇଟ୍‌ ଖଣିକୁ ବୃହତ୍‌ ଖଣି ଉଦ୍ୟୋଗ ବର୍ଗରେ ସିଆଇଆଇ ପୂର୍ବାଞ୍ଚଳ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ପରିବେଶ ଉତ୍କର୍ଷ ସମ୍ମାନ ୨୦୧୬-୧୭ରେ  ସମ୍ମାନିତ କରାଯାଇଛି।  ଏହି ଉପଲବ୍ଧି ପାଇଁ ନାଲ୍‌କୋର କର୍ମଚାରୀମାନଙ୍କୁ ପ୍ରଶଂସା କରି କମ୍ପାନିର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ସମସ୍ତ ନାଲ୍‌କୋ ସମୂଦାୟକୁ ଅଭିନନ୍ଦନ ଜଣାଇଛନ୍ତି। କୋଲକାତାଠାରେ ଅନୁଷ୍ଠିତ ହୋଇଯାଇତିବା ସିଆଇଆଇର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନାଲ୍‌କୋର ମହାପ୍ରବନ୍ଧକ (ଖଣି) ଏସ୍‌. ଚୌଧୁରୀ ଏବଂ ସହାୟକ ମହାପ୍ରବନ୍ଧକ (ପରିବେଶ) ସଞ୍ଜୟ କୁମାର ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

image