18 October 2017
11:52:50 PM
Sambad News
ବାଣିଜ୍ୟ

ଅଚଳ ନୋଟ୍‌ରେ ୮୦ ହଜାର କୋଟିର ଋଣ ପରିଶୋଧ

By Sambad | Date: Jan 11 2017 1:20AM
ଅଚଳ ନୋଟ୍‌ରେ ୮୦ ହଜାର କୋଟିର ଋଣ ପରିଶୋଧ

ନୂଆଦିଲ୍ଲୀ: ବିମୁଦ୍ରାକରଣ ଘୋଷଣା ହେବା ପରଠାରୁ ୬୦ ଲକ୍ଷ ବ୍ୟାଙ୍କ ଖାତାରେ ୨ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜମା କରାଯାଇଛି।  ଅଚଳ ନୋଟ୍‌କୁ ବ୍ୟବହାର କରି ପାଖାପାଖି ୮୦ ହଜାର କୋଟି ଟଙ୍କାର ଋଣ ପରିଶୋଧ କରାଯାଇଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଟିକସ ଠକେଇ କରି ରଖାଯାଇଥିବା ୩-୪ ଲକ୍ଷ କୋଟି ଟଙ୍କାର ଅଚଳ ନୋଟ୍‌କୁ ବିମୁଦ୍ରାକରଣ ପରେ ବ୍ୟାଙ୍କରେ ଜମା କରାଯାଇଛି। ବିମୁଦ୍ରାକରଣ ପରେ ସମବାୟ ବ୍ୟାଙ୍କଗୁଡ଼ିକରେ ୧୬ ହଜାର କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି। ନିଶ୍ଚଳ ହୋଇ ପଡ଼ିଥିବା ଖାତାଗୁଡ଼ିକରେ ୨୫ ହଜାର କୋଟି ଟଙ୍କା ଜମା କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ୧୦,୭୦୦ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ ଖାତାରେ ଜମା କରାଯାଇଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।ସମବାୟ ବ୍ୟାଙ୍କରେ ଜମା କରାଯାଇଥିବା ୧୬ ହଜାର କୋଟି ଟଙ୍କା ବିଷୟରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଛି। ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକରେ ୧୩ ହଜାର କୋଟି ଟଙ୍କା ଜମା କରାଯାଇଥିବା ଆୟକର ବିଭାଗ କହିଛି।

image