18 October 2017
11:54:58 PM
Sambad News
ବାଣିଜ୍ୟ

ବିଶ୍ୱର ପ୍ରଥମ ତିନି ସ୍କ୍ରିନ୍‌ଯୁକ୍ତ ଲ୍ୟାପ୍‌ଟପ୍‌ ଚୋରି

By Sambad | Date: Jan 11 2017 9:04PM
ବିଶ୍ୱର ପ୍ରଥମ ତିନି ସ୍କ୍ରିନ୍‌ଯୁକ୍ତ ଲ୍ୟାପ୍‌ଟପ୍‌ ଚୋରି
bbc

ଲାସଭେଗାସ: ସିଇଏସ୍‌ ୨୦୧୭ରେ ହାଡେଓ୍ଵର କଂପାନି ‘ରେଜର’ ଏମିତି ଏକ ଲ୍ୟାପ୍‌ଟପ୍‌ ପ୍ରସ୍ତୁତ କରିଥିଲା, ଯେଉଁଥିରେ କି ୩ଟି ସ୍କ୍ରିନ୍‌ ଖଞ୍ଜା ଯାଇଥିଲା। କିନ୍ତୁ ଏହି ଲ୍ୟାପ୍‌ଟପ୍‌ ଗତ ଜାନୁଆରି ୮ରେ ଚୋରି ହୋଇ ଯାଇଛି। ସିଇଏସ୍‌ ୨୦୧୭ରେ ‘ପ୍ରୋଜେକ୍ଟ ଭାଲେରିଆ’ ଲ୍ୟାପ୍‌ଟପ୍‌ ୩ଟିର ସ୍କ୍ରିନ୍‌ ୪,୦୦୦ ରିଜ୍ୟୁଲେସନ୍‌ ଥିଲା। 
 
୩ଟି ଯାକ ସ୍କ୍ରିନ୍‌ ୧୭.୫ ଇଞ୍ଚ ଥିଲା। ଏଥିରେ ଜି-ସାଇନ୍‌ ଟେକ୍ନୋଲୋଜି ଲେନ୍ସ ଲାଗିଥିଲା ବୋଲି ନିର୍ମାଣକାରୀ ସଂସ୍ଥା ଜାଣିବାକୁ ଦେଇଛି।  ଏହି ଲ୍ୟାପ୍‌ଟପ୍‌ ଖେଳକୁ ଦୃଷ୍ଟିରେ ପ୍ରସ୍ତୁତ କରାଯାଇଥିଲା। ଲସ ଭେଗାସରେ ପ୍ରଦର୍ଶିତ କଜ୍ୟୁମର ଇଲେକ୍ଟ୍ରୋନିକ୍‌ ପ୍ରଦର୍ଶନୀରୁ ଜାନୁଆରି ୮ରେ ଚୋରି ହୋଇଯାଇଛି। ଏଭଳି ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ସଂପନ୍ନ ଲ୍ୟାପ୍‌ଟପ୍‌ ଚୋରି ହୋଇଯିବା ପରେ ସ୍ଥାନୀୟ ଲୋକଙ୍କୁ ଚକିତ କରି ଦେଇଛି। 
 

image