23 October 2017
4:30:36 AM
Sambad News
ବୌଦ୍ଧ

ଫି’ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ

By Sambad | Date: Jan 7 2017 10:15AM
ଫି’ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ବୌଦ୍ଧ: ବୌଦ୍ଧ ପଞ୍ଚାୟତ କଲେଜରେ ନାମଲେଖା ଫି’ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଶୁକ୍ରବାର ଛାତ୍ର ସଂସଦ ପକ୍ଷରୁ କଲେଜରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଖବରରୁ ଜଣାଯାଏ ଯେ, ଗତ ବର୍ଷ ପିଲାଙ୍କ ନାମଲେଖା ପାଇଁ କଲେଜ ପକ୍ଷରୁ ଫି’ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ରିଆଡମିସନ ଚାଲିଥିବା ବେଳେ ବୃଦ୍ଧି ପାଇଥିବା ଫି’କୁ ବିରୋଧ କରି ଛାତ୍ରଛାତ୍ରୀମାନେ କିଛି ସମୟ ଧରି କଲେଜ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଧ୍ୟକ୍ଷଙ୍କ ଠାରେ ଏ ସଂପର୍କରେ ଫେରାଦ ହୋଇଥିଲେ। କଲେଜର ପରିଚାଳନା କମିଟି ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ଗଠନ ହୋଇ ପାରି ନାହିଁ । ତେଣୁ ଏହାର ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇ ପାରୁ ନାହିଁ ବୋଲି କଲେଜର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଫଳରେ କଲେଜ ପୁଣିଥରେ ସ୍ୱାଭାବିକ ହୋଇଥିଲା।

image