18 November 2017
12:58:36 AM
Sambad News
ବୌଦ୍ଧ

ବୌଦ୍ଧ ମହୋତ୍ସବ ଉଦ୍‌ଘାଟିତ

ନାଚ, ଗୀତରେ କମ୍ପିଲା ମଂଚ, ଝୁମିଲେ ଦର୍ଶକ

By Sambad | Date: Jan 3 2017 6:02AM
ବୌଦ୍ଧ ମହୋତ୍ସବ ଉଦ୍‌ଘାଟିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଗଠନର ସ୍ୱନକ୍ଷତ୍ର ଦିବସ  ପାଳନ ଅବସରରେ  ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ ୨୦୧୭। ବୈାଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସୋମବାର  ବୈାଦ୍ଧ ପ୍ୟାରେଡ ପଡ଼ିଆ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ମହୋତ୍ସବ କମିଟି ଆନୁକୂଲ୍ୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାଯ୍ୟର୍କ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକ୍‌ରୁ ମଶାଲ ଆସି ରାମେଶ୍ୱର ମନ୍ଦିରୁ ଶୋଭାଯାତ୍ରାରେ  ବାହାରିଥିଲେ। ସହରର ବୁଦ୍ଧଦେବ ମନ୍ଦିର  ଠାରେ ତିନିଟି ଯାକ ବ୍ଲକ୍‌ର ସାଂସ୍କୃତିକ  ଦଳ ଏକତ୍ରିତ ହୋଇ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଉତ୍ସବସ୍ଥଳରେ ପହଞ୍ଚିଥିଲେ।

ଏହି ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାଂସ୍କୃତିକ ଦଳ ଯୋଗ ଦେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ  ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ରେଘୁ ଜୀ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ବୌଦ୍ଧ ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ  ମଧୁସୂଦନ ମିଶ୍ର ସାଂସ୍କୃତିକ ଶୋଭାଯାତ୍ରାର ନେତୃତ୍ୱ ନେଇ  ମଂଚରେ   ମଶାଲକୁ  ସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ମିଶ୍ର   ଉତ୍ସବ ପାଳନ ଅବସରରେ  ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉତ୍ସବର ସଫଳତା କାମନା କରିଥିଲେ। ଏସ୍‌ପି ବି. ଗଙ୍ଗାଧର, ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ, ପିଡି ଡିଆରଡିଏ ରାଜେନ୍ଦ୍ର ପଟ୍ଟନାୟକ, ଉପଜିଲ୍ଲାପାଳ ନିମାଁଇ ଚରଣ ସୂତାର ଯୋଗ ଦେଇଥିଲେ।

ମଂଚ ପରିଚାଳନା କରିଥିଲେ ବୌଦ୍ଧ ବିଡିଓ  ନିହାର ରଂଜନ କହଁର। ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସାଂସ୍କୃତିକ କାଯ୍ୟର୍କ୍ରମରେ ଭୁବନେଶ୍ୱରର ଓଡ଼ିଶୀ, ସମ୍ବଲପୁରର ଢାପ ନୃତ୍ୟ, ରଙ୍ଗବତୀ, ଫୁଲବାଣୀର ଭାଙ୍ଗଡ଼ା ଓ କୁଇ ନୃତ୍ୟ, ବୈାଦ୍ଧର ଶବର ଶବରେନ, ସମ୍ବଲପୁରୀ ଓ ଚୁଟ୍‌କୁଚୁଟା ନୃତ୍ୟ ଦର୍ଶକଙ୍କ ମନମୋହି ନେଇଥିଲା। ମହୋତ୍ସବକୁ ଉଦ୍‌ଘାଟନ କରିବା ପୂର୍ବରୁ ମଂଚରେ ସ୍ଥାନୀୟ କଳାକାରାଙ୍କ ଦ୍ୱାରା ଲୋକ ନୃତ୍ୟ ଓ ଲୋକ ସଂଗୀତ ପରିବେଷଣ କରାଯାଇଥିଲା। ଦଣ୍ଡ, ଦାସକାଠିଆ ଓ ସମ୍ବଲପୁରୀ ଗୀତ ପରିବେଷଣ କରାଯାଇଥିଲା। କଣ୍ଠଶିଳ୍ପୀ ପଦ୍ମିନୀ ଦୋରା   ସମ୍ବଲପୁରୀ ସଂଗୀତ ପରିବେଷଣ କରିଥିଲେ। ଚଳିତବର୍ଷ ମହାନଦୀ ପୋଲ ଓ ରେଳ ଗାଡ଼ିକୁ ମଞ୍ଚ ସଜ୍ଜାରେ ସ୍ଥାନୀତ କରାଯାଇଛି। ସାଂସ୍କୃତିକ  କାର୍ଯ୍ୟକ୍ରମ ପାଇଁ ମଂଚ ପରିଚାଳନା କରିଥିଲେ  ହାଡ଼ିବନ୍ଧୁ ମହାଖୁଡ଼ ଓ ସାଥୀ।

image