18 November 2017
12:55:30 AM
Sambad News
ବୌଦ୍ଧ

ଡାଙ୍ଗପଡ଼ା ହତ୍ୟା ମାମଲା, ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

By Sambad | Date: Dec 27 2016 5:12AM
ଡାଙ୍ଗପଡ଼ା ହତ୍ୟା ମାମଲା, ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ: ବହୁ ଚର୍ଚ୍ଚିତ ଡାଙ୍ଗପଡ଼ା ଗ୍ରାମର ଯୋଗିନ୍ଦ୍ର ନାଏକ ହତ୍ୟା ଘଟଣାର ବିଚାର କରି ସୋମବାର ଜିଲ୍ଲା ଦୌରା ଜଜ୍‌ ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୭.୭.୨୦୧୫ ତାରିଖ ସଂଧ୍ୟା ସମୟରେ କେତେକ ଦର୍ବୃତ ସଂଘବଦ୍ଧ ଭାବରେ ବୌଦ୍ଧ ଥାନା ଅନ୍ତର୍ଗତ ଡାଙ୍ଗପଡା ଗ୍ରାମର ଯୋଗିନ୍ଦ୍ର ନାଏକଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ହତ୍ୟା କରିଥିବା ବାପା ଶଙ୍କର ନାଏକ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଘଟଣାର ତଦନ୍ତକରି ତ୍ରିଲୋଚନ କଲତା, ଅଶ୍ୱସ୍ତମା କଲତା, ସାନନ୍ଦ ପ୍ରଧାନ, ଓ ସଦାନନ୍ଦ ବେରିହାଙ୍କ ସମେତ ୭ ଜଣଙ୍କ ବିରୋଧରେ ମକଦ୍ଦମା ଦାୟରକରି ସେତେବେଳେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ଜିଲ୍ଲା ଜଜ  ସୁଚିସ୍ମିତା ମିଶ୍ର ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମକଦ୍ଦମାକୁ ଆଇନଜୀବୀ ଚନ୍ଦ୍ର ଶେଖର ପାଢ଼ୀ ଅଭିଯୁକ୍ତ ମାନଙ୍କ ପକ୍ଷରୁ ପରିଚାଳନା କରୁଥିଲେ।

image