20 October 2017
9:00:17 AM
Sambad News
ଭଦ୍ରକ

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ଗିରଫ

By Sambad | Date: Dec 29 2016 12:12AM
ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ଗିରଫ
Photo by : banglatribune.com

ତିହିଡ଼ି : ତିହିଡ଼ି ଗ୍ରାମର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ତିହିଡ଼ି ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ଯୁବତୀଙ୍କ ମାଆଙ୍କ ଏତଲା ବଳରେ କେଶ ନଂ ୫୧୪/୧୬ ଦଫା ୩୭୬/ଡିରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମିର୍ଜାପୁର ଗ୍ରାମର ରବିନାରାୟଣ ମପା ଓ ସେହି ଗ୍ରାମର ଜଣେ ନାବାଳକ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ,  ଯୁବତୀଙ୍କୁ  ରବି ନାରାୟଣ ଓ ଅନ୍ୟ ଜଣେ ନାବାଳକ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ପରେ ତାଙ୍କୁ ସେମାନେ ନିକଟସ୍ଥ ବିଲକୁ ନେଇ ଦୁଷ୍କର୍ମ କରିଥିଲେ । ଯୁବତୀ ଜଣକ ଘରକୁ ଫେରି ତାଙ୍କ ମାଆଙ୍କ ନିକଟରେ ଘଟଣା ସମ୍ପର୍କରେ କହିବା ପରେ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ ।

image