18 October 2017
11:57:11 PM
Sambad News
ବରଗଡ଼

ବାଇକ ମୁହାଁମୁହିଁ ଧକ୍କା: ୨ମୃତ

By Sambad | Date: Jan 12 2017 1:43AM
ବାଇକ ମୁହାଁମୁହିଁ ଧକ୍କା: ୨ମୃତ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡ଼େନ ଥାନା ମେହେର କ୍ରସର ନିକଟସ୍ଥ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ନରେନ୍ଦ୍ରପୁର ଗାଁର ସରୋଜ ସାହୁ(୧୯) ଏବଂ ବଲାଙ୍ଗିର ଜିଲ୍ଲା ମାଗୁରବେଡ଼ାର ଆକାଶ ପଟେଲ। ଗୁରୁତର ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ବୁଡ଼େନ ପୁଲିସ ମାମଲା ରୁଜ୍ଜୁ କରିଛି। 

image