21 November 2017
9:17:30 PM
Sambad News
ବଲାଙ୍ଗୀର

ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ

By Sambad | Date: Jan 3 2017 1:44PM
ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ
odisha odia pua

 
ବଲାଙ୍ଗୀର: ଆଜି ବଲାଙ୍ଗୀରର ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ ହୋଇଛି। ସକାଳେ  ପରମ୍ପରା ଅନୁଯାୟୀ ଶୁଳିଆ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ  ବଳି ପଡ଼ିଛି। ବଳି ପକାଇବା ପାଇଁ ସେଠାରେ ପ୍ରବଳ ଭିଡ଼ ହୋଇଛି।
ପୌଷମାସ ଶୁକ୍ଲପକ୍ଷ ପ୍ରଥମ ମଙ୍ଗଳବାର। ଆଦିବାସୀ ପରମ୍ପରା ଅନୁସାରେ ଏହି ଦିନ ପାଳିତ ହୁଏ ଶୁଲିଆ ଯାତ୍ରା। ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଥିବା ମୁଖ୍ୟ ଶୁଲିଆ ପୀଠ ବା ବଡ଼ଖଳା ସମେତ କୁମୁରିଆ ସାନଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଶୁଲିଆ ବୁଢ଼ା ନିକଟରେ ପଶୁପକ୍ଷୀଙ୍କ ବଳି ପଡ଼ିଛି। ଆଦିବାସୀ ନୀତି ଅନୁସାରେ ଶୁଲିଆ ବୁଢ଼ାର ପୂଜାର୍ଚ୍ଚନା କରାଯିବା ସହ ଛେଳି, ମେଣ୍ଢା, ପୋଢ, କୁକୁଡା ଓ ପାରା ଆଦି ପଶୁପକ୍ଷୀଙ୍କୁ ପୀଠରେ ବଳି ପଡ଼ିଛି।  ଶୁଳିଆ ଯାତ୍ରା ଆରମ୍ଭ ହୋଇଛି।
ମାନ୍ୟବର ସୁପ୍ରିମକୋର୍ଟ ଆଦିବାସୀଙ୍କ ପ୍ରଥା ଓ ପରମ୍ପରାକୁ ସ୍ୱୀକୃତି ଦେଇଥିବାରୁ ପ୍ରଥା ଓ ପରମ୍ପରା ପ୍ରେମୀ ଆଦିବାସୀଙ୍କ ମଧ୍ୟରେ ଖୁସି ଦ୍ୱିଗୁଣିତ। ଶୁଲିଆ ଯାତ୍ରାକୁ ସୁରୁୁଖୁରୁ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ତେବେ ଶୁଲିଆ ପୀଠରେ ପଶୁ ବଳି ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କଟକଣା ବା ପ୍ରତିବନ୍ଧକ ଲାଗୁ କରାଯାଇନାହିଁ । ଏପରିକି ପୀଠରେ ପଶୁ ବଳି ସଂଖ୍ୟା କମ୍‌ କରିବା ପାଇଁ ମଧ୍ୟ କୌଣସି ପ୍ରକାର ସଚେତନତା ସୃଷ୍ଟି କରାଯାଇ ନଥିବାରୁ ଯାତ୍ରାରେ ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ଶୁଳିଆ ପୀଠ ରକ୍ତ ରଞ୍ଜିତ  ହୋଇଛି ।

 

image