23 October 2017
12:20:44 AM
Sambad News
ବଲାଙ୍ଗୀର

ଶିଶୁ ସୁରକ୍ଷା ଓ ଲେଖିକାଙ୍କ ଦାୟିତ୍ୱବୋଧ ଶୀର୍ଷକ ଆଲୋଚନା:ବଲାଙ୍ଗୀର ବହି ହାଟର ପଞ୍ଚମ ସଂଧ୍ୟା

By Sambad | Date: Jan 12 2017 9:56AM
ଶିଶୁ ସୁରକ୍ଷା ଓ ଲେଖିକାଙ୍କ ଦାୟିତ୍ୱବୋଧ ଶୀର୍ଷକ ଆଲୋଚନା:ବଲାଙ୍ଗୀର ବହି ହାଟର ପଞ୍ଚମ ସଂଧ୍ୟା

ବଲାଙ୍ଗୀର:ବଲାଙ୍ଗୀର ବହିହାଟର ପଞ୍ଚମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
  ଅପରାହ୍ନରେ ଶିଶୁ ଅଧିକାର ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସଂଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଆଇନସେବା ପ୍ରାଧିକରଣର ସଂପାଦିକା ପ୍ରଜ୍ଞାପରମିତା ମହାପାତ୍ର, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଧନଂଜୟ ମହାପାତ୍ର, ଶିଶୁ ମଙ୍ଗଳ କମିଟିର ସଭ୍ୟ ସତ୍ୟପ୍ରସାଦ ସିଂ, ସହ ଶିଶୁ ଅଧିକାରୀ ଡିଲେଶ୍ୱର ଖାଖା, ସିଡବ୍ଲ୍ୟୁସିର ପୂର୍ବ ଅଧ୍ୟକ୍ଷ ଦାମୋଦର ମିଶ୍ର, ନିରତାରର ଦେବାଶିଷ ପର୍ଡା, ଡିସିପିଏର କାର୍ଯ୍ୟକର୍ତ୍ତା ଦିଗାମ୍ବର କର, ଆଇସିଡିଏସ୍‌ ଅଧିକାରୀ ସୁଷମା ପାଢୀ ପ୍ରମୁଖ ଯୋଗ ଦେଇଥିଲେ। ବଲାଙ୍ଗୀର ଭଳି ଦାଦନ ପ୍ରବଣ ଜିଲ୍ଲାରେ ଶିଶୁ ସୁରକ୍ଷା ଜରୁରୀ ଓ ସ୍ପର୍ଶକାତର ପ୍ରସଙ୍ଗ ବୋଲି ମତପ୍ରକାଶ ପାଇଥିଲା। ଶିଶୁର ଚରିତ୍ର ଗଠନରେ ଗୁରୁଙ୍କ ଭୂମିକା ସଂପର୍କରେ ଡିପିସି ଶ୍ରୀ ମହାପାତ୍ର କହିଥିବା ବେଳେ ପିତୃମାତୃହୀନ ଓ ସେବା ଯତ୍ନ ଆବଶ୍ୟକ କରୁଥିବା ଶିଶୁ ସିଡବ୍ଲ୍ୟୁସିର ସହାୟତା ନେବାକୁ କହିଥିଲେ ଅଧ୍ୟକ୍ଷ ଶ୍ରୀ ମିଶ୍ର।
  ସେହିପରି ଦ୍ୱିତୀୟ ଅଧିବେଶନରେ ଲେଖିକାଙ୍କ ଦାୟିତ୍ୱବୋଧ ଶୀର୍ଷକରେ ଆଲୋଚନା ହୋଇଥିଲା। ସଂଯୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଓଡ଼ିଶା ଲେଖିକା ସଂସଦର ଡ.ଶକୁନ୍ତଳା ବଳିୟାରସିଂ ମୁଖ୍ୟଅତିଥି, ବିଶିଷ୍ଠ ଗାଳ୍ପିକା ଗୋଲାପ ମଂଜରୀ ମୁଖ୍ୟବକ୍ତା, ଅନ୍ୟତମ ଅତିଥି ଭାବେ କାନନବାଳା ପଟ୍ଟନାୟକ, ଆଲୋଚିକା ଭାବେ ଅମୂଲ୍ୟମଣି ମିଶ୍ର, ଶିବପ୍ରିୟା ମିଶ୍ର, ମୁକୁଲ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସବିତା ଭୋଇ। ଧନ୍ୟବାଦ ଦେଇଥିଲେ ନିରୁପମା ଉଦଗାତା। ଏହାପୂର୍ବରୁ କସ୍ତୁରୀ ରଥଙ୍କ ସଂଯୋଜନାରେ ଲେଖିକାମାନଙ୍କ ,କ କବିତା ଆସର ଅନୁଷ୍ଠିତ ହୋଇଥିଲା। ସଂଯୁକ୍ତା ଚନ୍ଦନ, ସଂଯୁକ୍ତା ମେହେର, ସଂଯୁକ୍ତା ପାଣିଗ୍ରାହୀ, ଜ୍ୟୋତ୍ସ୍ନାରାଣୀ ଭୋଇ, ସସ୍ମିତା ମହାପାତ୍ର, ନିରୁପମା ଉଦ୍‌ଗାତା, ସୁରୁଚି ମିଶ୍ର ପ୍ରମୁଖ କବିତାପାଠ କରିଥିଲେ। ଏସ୍‌ବିଆଇ ପକ୍ଷରୁ ସହକାରୀ ମହାପ୍ରବନ୍ଧକ ପ୍ରଫୁଲ୍ଲ ସାହୁ ଓ ସହ ପ୍ରବନ୍ଧକ ରୋହିତ ଦାଶ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

image