23 October 2017
6:58:14 PM
Sambad News
ବଲାଙ୍ଗୀର

୩ ଦୁର୍ଘଟଣା : ୧ ମୃତ, ୪ ଗୁରୁତର

By Sambad | Date: Jan 1 2017 11:00PM
୩ ଦୁର୍ଘଟଣା : ୧ ମୃତ, ୪ ଗୁରୁତର

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ଅଞ୍ଚଳରେ ଦୁଇଟି ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ପାଟଣାଗଡ଼ ବ୍ଲକ ଭଇଁଷା ଗ୍ରାମ ନିକଟରେ ଭଇଁଷା- ମୁଦଘାଟ ରାସ୍ତାରେ ରବିବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଭଇଁଷା ଗ୍ରାମର ସୁୁଶାନ୍ତ ବନଗୁଲାଙ୍କ ମୃତ୍ୟୁ ଘଟିଛି। 

 
ସେହିପରି ପାଟଣାଗଡ଼- ଘସିଏନ ରାସ୍ତାର ବରପଦର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ସତ୍ୟନାରାୟଣ ଜାଲ, ବୈଶାଖୁ ବାଗ, ନରେଶ ଶବର। ନିକଟରେ ଆଉ ଏକ ଦୁର୍ଘଟଣା ଘଟି ପୁରୁଣାପାଣି ଗାଁର ବସନ୍ତ ସାହୁ ନାମକ ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି।

image