21 November 2017
12:40:06 AM
Sambad News
ବଲାଙ୍ଗୀର

ବାଇକ୍‌ ଦୁର୍ଘଟଣା, ମା’ପୁଅଙ୍କ ସହ ୩ ଗୁରୁତର

By Sambad | Date: Dec 28 2016 4:58AM
ବାଇକ୍‌ ଦୁର୍ଘଟଣା, ମା’ପୁଅଙ୍କ ସହ ୩ ଗୁରୁତର

ମୁରିବାହାଲ: ମୁରିବାହାଲ ଥାନା ଅଞ୍ଚଳରେ ମଙ୍ଗଳବାର ଏକ ବାଇକ୍‌ ଦୁର୍ଘଟଣାରେ ମା’ପୁଅଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳ ପ୍ରାୟ ୮ଟାରେ ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଅର୍ନ୍ତଗତ ପତ୍ରାପାଲି ଗାଁର ଡମ୍ବରୁ ଠାକୁର (୩୨) ଏବଂ ମା’ ଗୋଲାପି ଠାକୁର (୫୫) ଜଣେ ପଡ଼ୋଶୀଙ୍କ ହିରୋହୋଣ୍ଡା ସିଡି ଡିଲକ୍ସ ବାଇକ୍‌ (ସିଜି ୦୪ ସିଇ ୨୨୮୭)ରେ  ଆଧାର କାର୍ଡ ଫଟୋ ଉଠାଇବାକୁ ଚଳକି ଗ୍ରାମକୁ ଯାଉଥିଲେ। ବିପରୀତ ଦିଗରୁ ବାନ୍ଦୁପଲା ଗାଁର ଯୁବକ ଆଶିଷ ପୁଟେଲ (୧୮) ନିଜ ଗାଁରୁ ଏକ ବାଇକ୍‌ (ଓଡି ୧୭ଇ ୬୭୩୨)ରେ କୌଣସି କାମରେ ଇଚ୍ଛାପଡ଼ା ଗାଁକୁ ଆସୁଥିଲେ।

ବାନ୍ଦୁପଲା ଗାଁର ବରାଗୁଡ଼ାଡୁଙ୍ଗରୀ ନିକଟରେ ଉଭୟ ବାଇକ୍‌ରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଏହି ୩ ଜଣଙ୍କ ମୁହଁ, ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ଜଣାଯାଇଛି। ଦୁର୍ଘଟଣା ବାବଦରେ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ସହାୟତାରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଥିଲେ।  ପରେ ମୁରିବାହାଲ ଥାନା ପୁଲିସ୍‌ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣାଗ୍ରସ୍ଥ ଉଭୟ ବାଇକକୁ ଜବତ କରିଥିବା ଜଣାଯାଇଛି। ଏ ନେଇ ଏକ ମାମଲା ରୁଜୁ କରିବା ସହ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଡମ୍ବରୁଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

image