19 November 2017
4:43:33 AM
Sambad News
ଅନୁଗୁଳ

ଅନୁଗୁଳ: କାର ଦୁର୍ଘଟଣାରେ ମାଆପୁଅଙ୍କ ମୃତ୍ୟୁ, ବାପା ଗୁରୁତର

By Sambad | Date: Aug 18 2017 2:22PM
ଅନୁଗୁଳ: କାର ଦୁର୍ଘଟଣାରେ ମାଆପୁଅଙ୍କ ମୃତ୍ୟୁ, ବାପା ଗୁରୁତର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଠାକୁରଗଡ଼ା ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ମାଆ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କାର ଚଳାଉଥିବା ମୃତ ମହିଳାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି।
 ଆଜି ଠାକୁରଗଡ଼ା ଥାନା  ତାବଡ଼ା ଗ୍ରାମର ଧୀରେନ୍ଦ୍ରନାଥ ବିଶ୍ୱାଳ ତାଙ୍କ ଅସୁସ୍ଥ ପୁଅ ଆୟୁଷଙ୍କୁ ଆଠମଲ୍ଲିକ ଠାକ୍ତରଖାନାରେ ଦେଖାଇବା ପାଇଁ ସ୍ତ୍ରୀ ମନୋରମା ବିଶ୍ୱାଳଙ୍କ ସହିତ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ମନୋରାମା ଓ ଆୟୁଷଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

image