19 October 2017
5:28:11 AM
Sambad News
ଅନୁଗୁଳ

ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ

By Sambad | Date: Jan 8 2017 1:30AM
ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ

ତାଳଚେର : ତାଳଚେରର ପୂର୍ବତନ ବିଧାୟକ କୁମର ବେହେରାଙ୍କର ୭୮ ବର୍ଷ ବୟସରେ ଆଜି ପରଲୋକ ଘଟିଛି। ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ପରଲୋକ ଖବର ପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଡେପୁଟି କଲେକ୍ଟର ଦାରିଦ୍ର୍ୟ ଭଂଜନ ମଦନ ମୋହନ ପାତ୍ର, ବିଡ଼ିଓ ନିତ୍ୟାନନ୍ଦ ସାହୁ, ବ୍ଲକ ବିଜେଡି ସଭାପତି ନିରଂଜନ ପ୍ରଧାନ, ବିଜେଡି ନେତା ମୁରଲୀଧର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଳଚେର ବ୍ଲକ୍‌ କୁରେଇଁପାଳସ୍ଥିତ ବାସଭବନରେ ପହଞ୍ଚି ସ୍ୱର୍ଗତ ବେହେରାଙ୍କର ଶେଷ ଦର୍ଶନ କରିଥିଲେ। କୁମର ବେହେରାଙ୍କ ବିୟୋଗରେ ପୂର୍ବତନ ସାଂସଦ ରବିନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ, ସ୍ୱର୍ଗତ ବେହେରା ୧୯୬୭ରୁ ୧୯୭୧ ମସିହା ପର୍ଯ୍ୟନ୍ତ ଜନ କଂଗ୍ରେସ ଦଳର ବିଧାୟକ ଭାବେ ତାଳଚେରରୁ ପ୍ରତିନିଧିତ୍ୱ କରିଥିଲେ।

image