17 October 2017
10:17:40 PM
Sambad News
ଅନୁଗୁଳ

ଜବରଦଖଲ ଉଚ୍ଛେଦ ଦାବି

By Sambad | Date: Dec 28 2016 1:53AM
ଜବରଦଖଲ ଉଚ୍ଛେଦ ଦାବି

ଅନୁଗୁଳ: ଅନୁଗୁଳ ବ୍ଲକ ଖିଣ୍ଡା ଗାଁ’ର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରି ସେଠାରେ ଏସ୍‌ଏଚ୍‌ଜି ସେଣ୍ଟର ନିର୍ମାଣ ପାଇଁ ଜମି ଚିହ୍ନଟ କରିବାକୁ ଦାବି ହୋଇଛି। ଏନେଇ ସୋମବାର ଦିନ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ବିଧାୟକଙ୍କ ହାତପାଣ୍ଠିରୁ ପଞ୍ଚାୟତରେ ୪ ଲକ୍ଷ ଟଙ୍କା ବ୍ୟୟରେ ଏକ ଏସ୍‌ଏଚ୍‌ଜି ସେଣ୍ଟର ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହୋଇଛି। କିନ୍ତୁ ପଞ୍ଚାୟତ ମହକୁମାରେ ସରକାରୀ ଜମି ନ ଥିବା ଦର୍ଶାଇ ବଣାମିରାରେ ସେଣ୍ଟର ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ସେଠାରେ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ରବିବାର ଦିନ ବିଧାୟକ ରଜନୀକାନ୍ତ ସିଂହ ଗାଁ’କୁ ଯାଇଥିଲେ। କିନ୍ତୁ ବଣାମିରା ବଦଳରେ ଖିଣ୍ଡାରେ ଏସ୍‌ଏଚ୍‌ଜି ସେଣ୍ଟର ନିର୍ମାଣ ଦାବି କରି ମହିଳାମାନେ ବିଧାୟକଙ୍କ ରାସ୍ତା ଅବରୋଧ କରିଥିଲେ। ତେଣୁ ବାଧ୍ୟ ହୋଇ ଭିତ୍ତିପ୍ରସ୍ତର ସ୍ଥାପନ ନ କରି ବିଧାୟକଙ୍କୁ ବାଟରୁ ଫେରିବାକୁ ପଡ଼ିଥିଲା। ତେଣୁ ଖିଣ୍ଡାରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରି ସେଠାରେ ଏସ୍‌ଏଚ୍‌ଜି ସେଣ୍ଟର ନିର୍ମାଣ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୋମବାର ଦିନ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

image