19 November 2017
4:41:13 AM
Sambad News
ରାଜ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ -ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

By Sambad | Date: Aug 15 2017 10:29AM
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ -ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର: ଆଜି  ରାଜଧାନୀର ମହାତ୍ମାଗାନ୍ଧି ମାର୍ଗରେ  ୭୧ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାନ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ  ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ  ପକ୍ଷରୁ କୁହାଯାଇଛି। ସେ ପ୍ରବଳ ଗୁଳୁଗୁଳି  ଯୋଗୁଁ ସାମାନ୍ୟ ଅସୁସ୍ଥ ହୋଇ ପଡ଼ିଥିଲେଓ ବର୍ତ୍ତମାନ ନବୀନ ନିବାସରେ ସୁସ୍ଥ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ପରେ  ମିଳିତ ପେରେଡ୍‌ରେ ଅଭିବାଦନ ଗ୍ରହଣ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ବିଶେଷ କରି ସେ ତାଙ୍କ ଅଭିଭାଷଣ ଦେଉଥିବା ବେଳେ ହଠାତ ତାଙ୍କ ସ୍ୱର କ୍ଷୀଣ ହୋଇଯାଇଥିଲା। ତେଣୁ କିଛି ସମୟ ପାଇଁ ଅଭିଭାଷଣ ବେଳେ  ଶ୍ରୀ ପଟ୍ଟନାୟକ ବସି ପଡ଼ିଥିଲେ।  ପରେ ପରେ ମୁଖ୍ୟମନ୍ତ୍ରୀ  ଅସୁସ୍ଥ ଅନୁଭବ କରୁଥିବାରୁ ସଭାସ୍ଥଳ ଛାଡ଼ି ଚାଲିଯାଇଥିଲେ।

image