19 November 2017
4:47:17 AM
Sambad News
ରାଜ୍ୟ

ସମ୍ବଲପୁର ଜେଲ୍‌ରେ ପ୍ରଦୀପ ସେଠୀ

By Sambad | Date: Sep 13 2017 10:16PM
ସମ୍ବଲପୁର ଜେଲ୍‌ରେ ପ୍ରଦୀପ ସେଠୀ

ସମ୍ବଲପୁର : ବୁଧବାର ଅର୍ଥତତ୍ତ୍ୱ ଗ୍ରୁପର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି। ଏମ୍‌ସିଏଲ୍‌ ଆନନ୍ଦ ବିହାରରେ ରହୁଥିବା ରଘୁମଣି ଦାଶ ଗତ ୨୦୧୩ ମସିହାରେ ଅର୍ଥତତ୍ତ୍ୱ ଗ୍ରୁପ୍‌ରେ ୬ ଲକ୍ଷ ଟଙ୍କା ଲଗାଇ ଥିଲେ। ମନି ବ୍ୟାକ୍‌ ପଲିସିରେ ସେ ଏହି ଟଙ୍କା ଲଗାଇ ଥିଲେ ହେଁ ନିର୍ଧାରିତ ଅବଧି ସରିବା ପରେ ତାଙ୍କୁ ଅର୍ଥ ମିଳିନଥିଲା। ସେ ଅର୍ଥର୍ତତ୍ତ୍ୱ କାର୍ଯ୍ୟାଳୟ ଦୌଡ଼ି ନିରାଶ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ଚିଟ୍‌ଫଣ୍ଡ ସଂସ୍ଥାର ସମ୍ବଲପୁର ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟରେ ତାଲା ଝୁଲୁଥିଲା। 

 
ରଘୁମଣି ଦାଶଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା। ଏ ସଂକ୍ରାନ୍ତରେ ଏକ ମାମଲା ଚାଲିଛି। ଚିଟ୍‌ଫଣ୍ଡ ଠକେଇ(ଅର୍ଥନୈତିକ ଅପରାଧ)ର ବିଚାର ପାଇଁ ରହିଥିବା କୋର୍ଟରେ ଏବେ ପ୍ରିଜାଇଡିଂ ଅଫିସର ନଥିବାରୁ ତାହା ଏକ ପ୍ରଚାର ଅଚଳ ହୋଇଯାଇଛି। ତେଣୁ ପ୍ରଦୀପଙ୍କୁ ବୁଧବାର ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରୁ ତାଙ୍କୁ ସମ୍ବଲପୁର ମଣ୍ଡଳ ଜେଲକୁ ପଠେଇ ଦିଆଯାଇଛି। 
 
ଉଲ୍ଳେଖଯୋଗ୍ୟ ଯେ, ସମ୍ବଲପୁର ଚର୍ଚ ଛକ ନିକଟରେ ଅର୍ଥତତ୍ତ୍ୱ ସଂସ୍ଥା କାର୍ଯ୍ୟାଳୟ ଖୋଲିଥିଲା। ବିଭିନ୍ନ ପିଲିସି ଜରିଆରେ ଅର୍ଥ କମ୍‌ ସମୟରେ ଅଧିକ ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲା। ସେସମୟରେ ସମ୍ବଲପୁର ଟାଉନ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା।  

image