19 November 2017
4:48:42 AM
Sambad News
ରାଜ୍ୟ

କବିତା ପ୍ରତିଯୋଗିତାରେ ବିଶ୍ୱ ସ୍ତରରେ ୫୦ ଜଣଙ୍କ ମଧ୍ୟରେ ଓଡ଼ିଆ ଝିଅ ଅନିନ୍ଦିତା

By Sambad | Date: Sep 13 2017 8:44PM
କବିତା ପ୍ରତିଯୋଗିତାରେ ବିଶ୍ୱ ସ୍ତରରେ ୫୦ ଜଣଙ୍କ ମଧ୍ୟରେ ଓଡ଼ିଆ ଝିଅ ଅନିନ୍ଦିତା

ଭୁବନେଶ୍ୱର: କଳା ସ୍ଥାପତ୍ୟର ରାଜ୍ୟ ଓଡ଼ିଶା ପୁଣି ବିଶ୍ୱ ଦରବାରରେ ଚର୍ଚ୍ଚିତ। ଏଥର ଓଡ଼ିଶାର ଗର୍ବ ପାଲଟିଛନ୍ତି ଓଡ଼ିଆ ଝିଅ ଅନିନ୍ଦିତା। ଜୟପୁରର ଅନିନ୍ଦିତା ଏବେ କବିତା ପାଠ କରି ବିଶ୍ୱ ସ୍ତରରେ ୫୦ ଜଣଙ୍କ ମଧ୍ୟରେ ଅଛନ୍ତି। ଅନିନ୍ଦିତା ଜାଙ୍କ ବିଜୟ ପାଇଁ ଓଡ଼ିଶାବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି। ଅନିନ୍ଦିତାଙ୍କୁ ଭୋଟ୍‌ ଦେଇ ତାଙ୍କୁ ବିଜୟ ପଥରେ ସାହାଯ୍ୟ କରିହେବ। ଜୟପୁର ସହରର ଅନିନ୍ଦିତା ଜାହ୍ନବୀ ସୁଆର ଅନ୍ତର୍ଜାତୀୟ କବିତା ପ୍ରତିଯୋଗୀତାର ଅନ୍ତିମ ପର୍ଯ୍ୟାୟରେ ପହଁଚିଛନ୍ତି। ସାରା ବିଶ୍ୱରୁ ଏହି ପ୍ରତିଯୋଗିତାରେ ୬ ଶହରୁ ଉର୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ, ଏହି ପ୍ରତିଯୋଗିତାରେ ୫ ଜଣଙ୍କୁ ପୁରସ୍କୃତ କରାଯିବ। ସାରା ଦେଶରୁ ଅନିନ୍ଦିତା ହେଉଛନ୍ତି ଏକ ମାତ୍ର ପ୍ରତିଯୋଗୀ। ଅନିନ୍ଦତାଙ୍କୁ ଆସନ୍ତା ୨୫ ତାରିଖ ସୁଦ୍ଧା ଅନଲାଇନରେ ଭୋଟ ଦେଇ ହେବ।
 
ଉଲ୍ଲେଖଯୋଗ୍ୟ, ଅନିନ୍ଦିତା ଜୟପୁର ବିକ୍ରମଦେବ କଲେଜରେ ଯୁକ୍ତ ଦୁଇର ଛାତ୍ରୀ। ସେ ୧୧ ବର୍ଷ ବୟସରୁ ଇଂରାଜୀ କବିତା ଲେଖା ଆରମ୍ଭ କରିଥିଲେ। ଇତି ମଧ୍ୟରେ ସେ ୨ ଶହରୁ ଊର୍ଧ୍ୱ କବିତା ଲେଖି ସାରିଲେଣି। 
 
 
 

image