19 November 2017
4:41:00 AM
Sambad News
ରାଜ୍ୟ

ରାଜ୍ୟସ୍ତରୀୟ ପଦକ ପ୍ରଦାନ ସମାରୋହ ସମ୍ପନ୍ନ: ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଓ ୧୧ଜଣଙ୍କୁ ପୁଲିସ ମେଡାଲ

By Sambad | Date: Aug 15 2017 6:07PM
ରାଜ୍ୟସ୍ତରୀୟ ପଦକ ପ୍ରଦାନ ସମାରୋହ ସମ୍ପନ୍ନ: ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଓ ୧୧ଜଣଙ୍କୁ ପୁଲିସ ମେଡାଲ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ପୁଲିସ୍‌, ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି। ଜନଜୀବନ ସୁରକ୍ଷା ଓ ମାଓବାଦୀ ଦମନରେ କାର୍ଯ୍ୟ କରିଥିବାରୁ ଏହି ଅଧିକାରୀମାନେ ପୁରସ୍କୃତ ହୋଇଛନ୍ତି।
 
ସମ୍ବଲପୁର ଓ କୋରାପୁଟର ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ସାହାସିକତାର ସହ ମାଓବାଦୀ ଦମନ କରିବା କାର୍ଯ୍ୟ ପାଇଁ ପୁଲିସ୍‌ ପଦକ ପାଇଛନ୍ତି। ସେହିପରି ପଛୁଆ ଅଞ୍ଚଳରେ ଉତ୍ତମ ଅଗ୍ନିଶମ ସେବା ଯୋଗାଇଥିବା ଅଧିକାରୀ ବି ସମ୍ମାନିତ ହୋଇଛନ୍ତି। ଏତଦ୍‌ ବ୍ୟତୀତ ମାଓବାଦୀ ଅଞ୍ଚଳ ଓ ସରକାରୀ ସଂସ୍ଥାରେ ସୁରକ୍ଷା କାର୍ଯ୍ୟ କରୁଥିବା ମହିଳା ପୁଲିସ୍‌ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ସେହିପରି ଜିଲ୍ଲା ଓ ସଦରରେ ଗୋଷ୍ଠୀ ସଂଘର୍ଷ ଓ ଆଇନ ଶୃଂଖଳା ପରିସ୍ଥିତିରେ କାମ କରି ମଧ୍ୟ ପୁରସ୍କୃତ ହୋଇଛନ୍ତି । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ମଧ୍ୟ ପୁଲିସ୍‌ ପଦକ ପାଇଁ ୨୬ ଜଣ  ପୁଲିସ ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି ।

image