19 November 2017
4:45:31 AM
Sambad News
ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌: ଦୁଇଗ୍ଲାସ ଲେମ୍ବୁ ପାଣି ପିଇବା ପରେ ମୁଁ ଏବେ ସୁସ୍ଥ

By Sambad | Date: Aug 15 2017 2:38PM
ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌: ଦୁଇଗ୍ଲାସ ଲେମ୍ବୁ ପାଣି ପିଇବା ପରେ ମୁଁ ଏବେ ସୁସ୍ଥ

ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀରେ ମହାତ୍ମାଗାନ୍ଧି ମାର୍ଗରେ ୭୧ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାନ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଖ୍ୟମମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। 
 
ତେବେ ମୁଖ୍ୟମନ୍ତ୍ରୀ ନିଜ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଟୁଇଟ କରି କହିଛନ୍ତି, ‘ମୁଁ କିଛି ସମୟ ପାଇଁ ଡିହାଇଡ୍ରେସନର ଶିକାର ହୋଇଥିଲି। ଦୁଇଗ୍ଲାସ ଲେମ୍ବୁ ପାଣି ପିଇବା ପରେ ମୁଁ ଏବେ ସୁସ୍ଥ ଅଛି।  ଦିନର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ଖରାକୁ ଯିବା ପୂର୍ବରୁ ପ୍ରଚୁର ପାଣି ପିଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।’<

/div>

< /div>

image