20 November 2017
11:08:31 AM
Sambad News
ନୂଆପଡ଼ା

ନୂଆପଡାରେ ପୁଣି ଦାଦନ ଦୁଃଖ: ବାଙ୍ଗାଲୋରରୁ ଆସିଲା ମୃତ ସୁଚନା

ପେଟପୋଷିବା ପାଇଁ ହାଇଦ୍ରାବାଦ ଯାଇଥିଲେ ଶ୍ରମିକ

By Sambad | Date: Sep 18 2017 8:24PM
ନୂଆପଡାରେ ପୁଣି ଦାଦନ ଦୁଃଖ: ବାଙ୍ଗାଲୋରରୁ ଆସିଲା ମୃତ ସୁଚନା

ନୂଆପଡା: ପଶ୍ଚିମ ଓଡିଶାର ଗଣ ପର୍ବ ‘ନୂଆଖାଇ’ ପରେ ନୂଆପଡା ଜିଲ୍ଲାରେ ଆରମ୍ଭ ହୋଇ ଯାଇଥାଏ ମଣିଷ ବେପାର । ଏହି ପରଂପରା କେଉଁ କାଳରୁ ଲାଗି ରହିଆସିଛି। ଦାଦନ ଶର୍ଦ୍ଦାରମାନେ ଘର ଘର ବୁଲି ଦାଦନ ଖଟିଯିବା ପାଇଁ ମୁଣ୍ଡପିଛା ଅଗ୍ରୀମ ଆକାରରେ ମନଲୋଭା ଟଙ୍କା ଦେଇ ଥାଆନ୍ତି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡି ଆଶଙ୍କା ଦେଖା ଦେଇଥିବା ବେଳେ ଋଣଭାର ଚାଷି କୂଳର ଅଣ୍ଟା ଦୋହଲାଇ ଦେଇଛିା ଯାହା ଫଳରେ ବାହାର ରାଜ୍ୟକୁ ଦାଦନ ର ସୁଅ ଛୁଟିବାରେ ଲାଗିଛି । କିଏ ଇଟା ଗଢିବାକୁ ଯାଇ ମୁନସି ଓ ଇଟା ମାଲିକ ଠାରୁ ନିର୍ଯ୍ୟାତନାର ଶିକାର ହୋଇ ବନ୍ଦି ଜୀବନ ବିତାଉଛି ତ ଆଉ କିଏ ନାନା ପ୍ରକାର ଘଟଣା ଦୁର୍ଘଟଣକୁ ସାମନା କରି ମୃତ୍ୟୁର ଶିକାର ହେଉଛି । 

ଏଭଳି ପରିସ୍ଥିିତିରେ ଯେମିତି ଦାଦନ ଦୁଃଖ ନୂଆପଡା ଜିଲ୍ଲାକୁ ପିଛା ଛାଡୁନିା ଗତ ସେପ୍ଟେମ୍ବର ୧୧ରେ ଗାଁର ଜଣେ ସର୍ଦ୍ଦାରଙ୍କ ପ୍ରଲୋଭନରେ ପଡି ଅଗ୍ରୀମ ୨୨ ହଜାର ଟଙ୍କା ପାଇ ନୂଆପଡା ଜିଲ୍ଲା ସଦର ଥାନା ଗୋଡଫୁଲା ପଞ୍ଚାୟତର ପଗାରପାନି ଗାଁ ର ଲାଲତୁ ରାଉତ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ ଦାଦନ ଖଟିବା ପାଇଁ । ହେଲେ ଗୋଟିଏ ସପ୍ତାହ ନ ହେଉଣୁ ଗାଁ ର ଜଣେ ଯୁବକ ପାଖକୁ ଲାଲତୁ ରାଉତ ମୃତ ହୋଇଥିବା ନେଇ ବାଙ୍ଗାଲୋର ରେଲୱେ ପୋଲିସ ଠାରୁ ଫୋନକଲ୍‌ ଆସିଲା ପରେ ପରିବାର ଲୋକେ ଜାଣି ପାରିଥିଲୋ ତେବେ ହାଇଦ୍ରାବାଦ ଦାଦନ ଯିବାକୁ କହି ବାଙ୍ଗାଲୋରରେ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ଶବ ଆଣିବା ପାଇଁ ମଧ୍ୟ ତାଙ୍କ ପାଖରେ ସେତିକି ସମ୍ବଳ ନାହିଁ । ଏପଟେ ସାଥିରେ ଯାଇଥିବା ନିଜ ଗାଁର ଚାରିଜଣ ସାଙ୍ଗଙ୍କ ଦେଖା ନାହିଁ । ତାଙ୍କ ଏଭଳି ଖବର ଉପରେ ସେମାନଙ୍କ ଠାରୁ ଫୋନକଲ ମଧ୍ୟ ଆସିନାହିଁ ଯାହାଫଳରେ ପରିବାର ଲୋକଙ୍କ ସନ୍ଦେହ ଆହୁରି ବଢି ଯାଇଛି । 

ଏଭଳି ସ୍ଥିତିରେ ସ୍ୱାମୀମାନଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି ନାଁ କେହି ତାଙ୍କୁ ହତ୍ୟା କରି ଦୁର୍ଘଟଣାର ରୁପ ଦେଉଛି ତାହା ଦତନ୍ତ ସାପେକ୍ଷ ବୋଲି ଅଭିଯୋଗ  ହୋଇଛି। ବର୍ତ୍ତମାନ ପରିବାର କହିଲେ ସ୍ତ୍ରୀ ଓ ୩ ପୂଅ ଗୋଟିଏ ଝୀଅ । ଜମିବାଡି କହିଲେ ମାତ୍ର ଗୋଟିଏ ଏକର ଜମି। ତାହା ମଧ୍ୟ ଚଳିତ ବର୍ଷ ଋଣ କରି ଚାଷ କରିଥିବା ବେଳେ ସ୍ୱଳ୍ପ ବୃଷ୍ଟିପାତ ହେଲା କାଳ । କ୍ଷେତରେ ଦାନା ମଧ୍ୟ ବାହାରିବନି ଏପଟେ ଋଣ ଚିନ୍ତା। ରହିବା ପାଇଁ ଘର ନାହିଁ ଛୋଟ କୁଡିଆ ହିଁ ସାହା ଭରଷାା , ରାସନ କାର୍ଡ ମଧ୍ୟ ନାହିଁ, ଏବେ ନିରୀହ ମାଁ ମଥୁରାଙ୍କୁ ପରିବାର ପ୍ରତିପୋଷଣ ପଡିଥିବା ବେଳେ ଛୁଆ ମାନଙ୍କର ପାଠ ପଢା ଚାଲିଛି। ଏନେଇ ନୂଆପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ସରକାରୀ ସହାୟତାକୁ ଚାହିଁ ବସିଛି ମୃତ ଲାଲଟୁଙ୍କ ପରିବାର । ଏପଟେ ବିଧବା ଭତ୍ତା ସହ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛି ସ୍ଥାନିୟ ସରପଞ୍ଚ ।  

image