20 November 2017
11:16:53 AM
Sambad News
ନୂଆପଡ଼ା

ହତ୍ୟାକାରୀ ୪ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ

By Sambad | Date: Sep 18 2017 8:06PM
ହତ୍ୟାକାରୀ ୪ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ

ନୂଆପଡ଼ା: ଏକ ହତ୍ୟା ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ ଅସୀମ କୁମାର ଦଳବେହେରା ସୋମବାର ୪ଜଣ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୧୯ଜଣ ସାକ୍ଷୀଙ୍କ ବୟାନକୁ ପ୍ରମାଣିତ କରି ଜଜ ଦଳବେହେରା ଅପରାଧୀମାନଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି। 
 
ସୂଚନାଯୋଗ୍ୟ, ୨୦୧୩ ଅଗଷ୍ଟ ୩୦ରେ ସିନାପାଲି ଥାନା ଅନ୍ତର୍ଗତ ଡୁଙ୍ଗୁରୀଗୁଡ଼ା ରାସ୍ତାରେ ଉମକୋଟ ଥାନା ଅନ୍ତର୍ଗତ ଦାନିଗୁଡା ଗ୍ରାମର ପିତାମ୍ବର ବିଶୋଇ ଓ ୨ ସହଯୋଗୀ ଗୋରୁ କିଣି ଫେରୁଥିବା ବେଳେ, ରାତି ପ୍ରାୟ ୧୦ଟା ବେଳେ ୪ଜଣ ଅଭିଯୁକ୍ତ ଚୈନ ସିଂ ମାଝୀ, ତେଜରାଜ ପାଣ୍ଡେ, ରମେଶ ପାଣ୍ଡେ ଓ ଭଗବାନ ନାଏକ ଲାଠିରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ପିତାମ୍ବରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ସହଯୋଗୀ ଗୁରୁତର ହୋଇଥିଲେ। ଏ ନେଇ ସିନାପାଲି ଥାନାରେ ମାମଲା ରୁଜୁ ହୋଇଥିଲା। ସରକାରଙ୍କ ତରଫରୁ ପବ୍ଲିକ ପ୍ରସ୍ୟୁକୁଟର ନିଦର୍ଶନୀ ରଥ ମାମଲା ପରିଚାଳନା କରୁଥିଲେ। 

image