20 November 2017
11:05:31 AM
Sambad News
କେନ୍ଦୁଝର

ବସଷ୍ଟାଣ୍ଡ ନିର୍ମାଣ ଦାବିରେ ୧୨ ଘଣ୍ଟିଆ ଯୋଡ଼ା ବନ୍ଦ

By Sambad | Date: Sep 21 2017 8:23AM
ବସଷ୍ଟାଣ୍ଡ ନିର୍ମାଣ ଦାବିରେ ୧୨ ଘଣ୍ଟିଆ ଯୋଡ଼ା ବନ୍ଦ

 ଯୋଡ଼ା: ଯୋଡ଼ା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ,  ରଣାଶାଳ ଠାରୁ ବାଂଶପାଣି ଯାଏ ବାଇପାସ ରାସ୍ତା ନିର୍ମାଣ ଓ ଯୋଡ଼ା ସହରରେ  ପରିବା ମାର୍କେଟ  ପାଇଁ ବ୍ୟବସ୍ଥା କରିବା ଦାବି ନେଇ ଆଜି ଯୋଡ଼ା  ବିକାଶ ପରିଷଦ ଆହ୍ଵାନ କ୍ରମେ ୧୨ ଘଣ୍ଟିଆ ଯୋଡ଼ା ବନ୍ଦ ପାଳିତ ହେଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଥିବାରୁ  ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ସ୍କୁଲ କଲେଜ ବନ୍ଦ ରହିଛି। ଯୋଡ଼ା ଦେଇ କୌଣସି ଗାଡ଼ିମୋଟର ଚଳାଚଳ କରୁ ନାହିଁ। ବସ ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।

image