20 October 2017
10:34:33 AM
Sambad News
ମନୋରଞ୍ଜନ

ଏମାନେ ବି ନାହାନ୍ତି ଏଥର!

By Sambad | Date: Sep 23 2017 10:50AM
ଏମାନେ ବି ନାହାନ୍ତି ଏଥର!
ph courtesy-internet

ଗତ ବର୍ଷ  ପୂଜା ବଜାରରେ ପ୍ରଯୋଜକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ ଛାତି ତଳେ ଡିଙ୍ଗ୍‌  ଡିଂ’ ଓ ପ୍ରଯୋଜିକା ପୂଜା  ଭରାଲାଓ୍ଵାଲାଙ୍କ ‘ ବେବି’  ମୁକ୍ତିଲାଭ  କରିଥିଲା । ତେବେ  ଏଥର ପୂଜାବଜାରରେ ଏ ଦୁଇ  ପ୍ରଯୋଜକଙ୍କର କୌଣସି ବି ସିନେମା ରିଲିଜ୍‌ ହେଉନଥିବା ଜଣାଯାଇଛି । 
 
ଗତବର୍ଷ  ପୂଜାବଜାରରେ  ସଙ୍ଗୀତ  ନିର୍ଦ୍ଦେଶକ ମଳୟ ମିଶ୍ରଙ୍କ ସ୍ୱରାରୋପିତ ଫିଲ୍ମ ‘ ଛାତିି ତଳେ ଡିଙ୍ଗ୍‌ ଡଂ’ ରିଲିଜ୍‌  ହୋଇଥିଲା, ହେଲେ ଏଥର ପୂଜା ବଜାରର କୌଣସି ବି ସିନେମାରେ ମଳୟଙ୍କ ସ୍ୱର ଶୁଣିବାକୁ ମିଳୁ ନାହିଁ । ଠିକ୍‌ ସେହିପରି ସଙ୍ଗୀତକାର ବିକାଶ ଦାସଙ୍କ ସଙ୍ଗୀତା ଫିଲ୍ମ ‘ ତୋ’ର ଦିନକୁ ମୋର ଦିନେ’ ଶୁଣିବାକୁ ମିଳିଥିଲା, ମାତ୍ର ଏବର୍ଷ ପୂଜାବଜାରରେ ମୁକ୍ତିଲାଭ କରୁଥିବା କୌଣସି ବି ସିନେମାର ସଙ୍ଗୀତ ନିର୍ଦ୍ଦେଶକ ନୁହଁନ୍ତି ବିକାଶ ଦାସ ।
 

image