20 November 2017
11:11:44 AM
Sambad News
ଢେଙ୍କାନାଳ

ଢେଙ୍କାନାଳ: ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

By Sambad | Date: Sep 13 2017 10:27AM
ଢେଙ୍କାନାଳ: ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଆଜି ସକାଳେ ଢେଙ୍କାନାଳ ଜିଲ୍ଲରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଜଣକ ହେଉଛନ୍ତି ଚାଉଳିଆଖମାର  ନିକଟସ୍ଥ ଖଣ୍ଡିଆବନ୍ଧ ଗ୍ରାମର ଆର୍ତ୍ତ ରାଉତ(୬୦ ବର୍ଷ) ଶ୍ରୀ ରାଉତ ଋଣ କରି ପ୍ରାୟ ୫ ଏକର ଜମିରେ ଚାଷ କରିଥିଲେ। ମାତ୍ର ମରୁଡ଼ି ଯୋଗୁଁ ଫସଲ ହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଆଜି ସକାଳେ ସେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରି ଦେଇଥିଲେ। ଗୁରୁତର ଅବସ୍ଥାରେ ଶ୍ରୀ ରାଉତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।

image