20 November 2017
11:11:29 AM
Sambad News
ଦେବଗଡ଼

ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ

By Sambad | Date: Sep 25 2017 9:52AM
ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ

ଦେବଗଡ଼: ପୌରାଞ୍ଚଳ ପୁରୁଣାଗଡ଼ର ବନ୍ଧୁରାମ ବେହେରା (୪୦)ଙ୍କ ରବିବାର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ସକାଳେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ବନ୍ଧୁରାମଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୂଚନା ପାଇବା ପରେ ଦେବଗଡ଼ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

image