20 November 2017
11:10:09 AM
Sambad News
ରାଜ୍ୟ

ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀ ମୃତ

By Sambad | Date: Sep 15 2017 11:09PM
ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀ ମୃତ

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢାପାଳ ପଂଚାୟତ ହୃଦାପାଲି ଗ୍ରାମରେ ବଜ୍ରାଘାତରେ ଶୁକ୍ରବାର ଅପରାହ୍‌ଣରେ ଦଂପତିଙ୍କ ମୃତ୍ୟୁ ହୋଇଛି। ଗାଁର ରମାଂଚଳ ଦେହୁରୀ(୩୫) ଓ ବବିତା ଦେହୁରୀ(୨୫) ଅପରାହ୍ନ ୩.୩୦ରେ ଜମିକୁ ସାର ପକାଇବା ପାଇଁ ଯାଇଥିଲେ। ସେହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ଏହାଦ୍ୱାରା ଆଘାତ ପାଇ ଉଭୟ ଟଳି ପଡ଼ିଥିଲେ। ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିବା ବେଳେ ସଂଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ସାଇପଡ଼ିଶା ଲୋକେ ଆଶଙ୍କା କରି ଖୋଜାଖୋଜି କରିଥିଲେ। ସଂଧ୍ୟା ପ୍ରାୟ ୭ଟା ସମୟରେ ଜମିକୁ ଯାଇ ଦେଖିଲା ବେଳକୁ ସ୍ୱାମୀ-ସ୍ତ୍ରୀ ଜମିରେ ମରି ପଡ଼ିଥିଲେ। ଦଂପତିଙ୍କ କେବଳ ଦୁଇ ବର୍ଷର ପୁଅଟିଏ ଅଛି। ଖବର ପ୍ରଚାର ହେଲା ପରେ ଅଂଚଳରେ ଶୋକ ଖେଳିଯାଇଛି। ଚାଷୀ ଓ ଗରିବ ପରିବାର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଦଂପତିଙ୍କ ଶବକୁ ଗାଁକୁ ଆଣି ରଖାଯାଇଛି। ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି କୁଣ୍ଢେଇଗୋଳା ଥାନା ସୂତ୍ରରୁ ପ୍ରକାଶ।

image